ପାକିସ୍ତାନର ସବୁଠୁ ଧନୀ କ୍ରିକେଟର କିଏ ? ଜାଣନ୍ତୁ ତାଙ୍କର ସମ୍ପତ୍ତି କେତେ...

Published By : Prameya-News7 Bureau | June 13, 2024 IST

ନୂଆଦିଲ୍ଲୀ ୧୩।୦୬: ସାରା ବିଶ୍ବରେ କ୍ରିକେଟର ଲୋକପ୍ରିୟତା ଖୁବ୍ ଅଧିକ । କେତେବେଳେ ପ୍ଲେୟରଙ୍କୁ ନେଇ ତ ଆଉ କେତେବେଳେ ନିୟମକୁ ନେଇ ରହିଥାଏ ଚର୍ଚ୍ଚାରେ । କ୍ରିକେଟରମାନେ ବର୍ତ୍ତମାନ କ୍ରିକେଟରୁ ମୋଟା ଅଙ୍କର କରୁଛନ୍ତି ରୋଜଗାର । ଭାରତ ପରି କ୍ରିକେଟ୍ ମଧ୍ୟ ପାକିସ୍ତାନରେ ଖୁବ୍ ଲୋକପ୍ରିୟ । 

ପାକିସ୍ତାନରେ ଏହି ଖେଳର ରହିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ । ଯଦି ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ବିଷୟରେ କହିବା, ସେମାନେ ହେଉଛନ୍ତି ଭାରତୀୟ କ୍ରିକେଟର । ରୋଜଗାର ଦୃଷ୍ଟିରୁ ସଚିନ ତେନ୍ଦୁଲକର ଦୁନିଆର ସବୁଠାରୁ ଧନୀ କ୍ରିକେଟର ।

ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ଆୟ ୧୭୫ ନିୟୁତ ଡଲାର ଅର୍ଥାତ୍ ତାଙ୍କ ସମ୍ପତ୍ତି ୧୪୩୬ କୋଟି ଥିଲା। ସକ୍ରିୟ କ୍ରିକେଟରଙ୍କ ବିଷୟରେ କହିବାକୁ ଗଲେ ବିରାଟ କୋହଲି ସବୁଠାରୁ ଧନୀ କ୍ରିକେଟର । ତାଙ୍କର ସମ୍ପତ୍ତି ପ୍ରାୟ ୧୦୫୦ କୋଟି ଭାରତୀୟ ଟଙ୍କା । 

ଏବେ ପ୍ରଶ୍ନ ଆସୁଛି ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର କିଏ ? ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ । ତାଙ୍କ ସମ୍ପତ୍ତି ପ୍ରାୟ ୫୮୪ କୋଟି ଟଙ୍କା । ତେବେ ପାକିସ୍ତାନ କ୍ରିକେଟ୍ ଟିମ୍‌ର  ସକ୍ରିୟ ଧନୀ ଖେଳାଳୀ ହେଉଛନ୍ତି ବାବର ଆଜାମ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୪୦ କୋଟି ଟଙ୍କା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.