ଫ୍ୟାନ୍ସଙ୍କ ବଢିଲା ଟେନସନ୍‌, ଭାରତ-ଅଷ୍ଟେଲିଆ ମ୍ୟାଚରେ ଅନଲକି ଅମ୍ପାୟର୍‌

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ ୨୧।୦୬: ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କ ବଢିଲା ଟେନସନ୍ । ଭାରତ-ଅଷ୍ଟେଲିଆ ମ୍ୟାଚରେ ଅମ୍ପେୟାରିଙ୍ଗ କରିବେ ଅନଲକି ଅମ୍ପାୟର୍ । ଭାରତ ପାଇଁ ଅନଲକି ଥିବା ଅମ୍ପେୟାର ରିଚାର୍ଡ କେଟଲବୋରୋ ପୁଣି ନକ୍‌ଆଉଟ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିବ। ପୂର୍ବରୁ ଯେତେବେଳେ ବି ସେ ନକ୍‌ଆଉଟ୍‌ ମ୍ୟାଚ୍‌ରେ ଅମ୍ପେୟାରିଙ୍ଗ୍ କରିଛନ୍ତି ସେତେବେଳେ ମୁକାବିଲା ହାରିଛି ଟିମ୍‌ ଇଣ୍ଡିଆ। 

ଟି-୨୦ ବିଶ୍ବକପ୍‌ ୨୦୨୪ । ସୁପର-୮ର ପ୍ରଥମ ମୁକାବିଲା ଆଫଗାନିସ୍ତାନ ସହ ହୋଇଥିଲା । ଏହାପରେ ଟିମ୍‌ ଇଣ୍ଡିଆ ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ସେଣ୍ଟି ଲୁସିୟାରେ ୨୪ ଜୁନ୍‌ରେ ଖେଳାଯିବ । ଏହି ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍ସଙ୍କ ବଢିଛି ଟେନସନ୍‌ । ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଅମ୍ପେୟାରିଙ୍ଗ କରିବେ ରିଚାର୍ଡ କେଟଲବୋରୋ । 

ବାସ୍ତବରେ ରିଚାର୍ଡ କେଟଲବୋରୋ ସେହି ଅମ୍ପେୟାର ଯିଏକି ଓ୍ବାର୍ଲ୍ଡକପ୍‌ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ୨୦୨୩ ଏବଂ ଓଡିଆଇ ଓ୍ବାର୍ଲକପ୍‌ ୨୦୨୩ର ଫାଇନାଲ୍‌ରେ ଅମ୍ପେୟାରିଙ୍ଗ୍ କରିଥିଲେ । ବିଶ୍ୱକପ୍ ୨୦୨୩ର ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ରିଚାର୍ଡ ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସୁପର-୮ ମ୍ୟାଚରେ ଅମ୍ପାୟାର ହେବେ । ତେଣୁ ଏହାକୁ ନେଇ ଚାଲିଛି ଖୁବ୍‌ ଆଲୋଚନା । 

ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିଲା । ରୋହିତ ବାହିନୀ ଲଗାତର ଭଲ ପ୍ରଦର୍ଶନ କରି ଫାଇନାଲ୍‌ରେ କରିଥିଲା ଏଣ୍ଟ୍ରି । କିନ୍ତୁ ଫାଇନାଲରେ ଅଷ୍ଟ୍ରେଲିଆ ୬ଟି ୱିକେଟରେ ଭାରତକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ କେଟଲବୋରୋ ଅମ୍ପାୟାର ହୋଇଥିଲେ। ଏହାସହିତ  ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଅଷ୍ଟ୍ରେଲିଆ ୨୦୯ ରନରେ ଭାରତକୁ କରିଥିଲା ପରାସ୍ତ । କ୍ରମାଗତ ତିନିଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୪ରେ ସୁପର-୮ରେ ପହଞ୍ଚିଛି । ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ମ୍ୟାଚ୍ ଖେଳିବ ଭାରତ । 

ରିପୋର୍ଟ ଅନୁଯାୟୀ ଗ୍ରୁପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନ, ଆମେରିକା ଏବଂ ଆୟର୍ଲାଣ୍ଡକୁ ହରାଇଛି । ତେବେ କାନାଡା ବିପକ୍ଷରେ ଥିବା ମ୍ୟାଚ୍ ବର୍ଷା ଯୋଗୁଁ ହୋଇଥିଲା ବାତିଲ । ବର୍ତ୍ତମାନ  ଟିମ୍‌ ଇଣ୍ଡିଆ ସୁପର-୮ ମ୍ୟାଚ୍‌ ଖେଳିବ। ଆଫଗାନିସ୍ତାନ ସହିତ ସୁପର-୮ର ପ୍ରଥମ ମ୍ୟାଚ୍‌ ବାରବାଡୋସ୍‌ରେ ଖେଳା ଯାଇଥିଲା ।  ଏହାପରେ ବାଂଲାଦେଶ ସହିତ ମ୍ୟାଚ୍ ଜୁନ୍ ୨୨ରେ ଏଣ୍ଟିଗୁଆରେ ଖେଳାଯିବ । ତେବେ ସେଣ୍ଟ ଲୁସିଆରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳାଯିବ । ଯାହାକୁ ଫ୍ୟାନ୍ସ ବେଶ୍‌ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.