ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ; ଏମିତି ରହିଛି ଚୂଡ଼ାନ୍ତ ଏକାଦଶ

Published By : Prameya-News7 Bureau | June 27, 2024 IST

abp live

ଗୁଏନା: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ଵକପ୍‌ ୨୦୨୪ର ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍ ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ  ଖେଳାଯିବ। ବର୍ଷା ଯୋଗୁଁ ଟସ୍ ବିଳମ୍ବରେ ପଡ଼ିଛି। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଭାରତୀୟ ଦଳ ଓ ଇଂଲଣ୍ଡ ଦଳର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନି। ଭାରତୀୟ ସମୟ ରାତି ୮ଟା ୫୦ରେ ଟସ୍ ପଡ଼ିଥିବା ବେଳେ ୯ଟା ୧୫ରେ ମ୍ୟାଚ୍ ଆରମ୍ଭ  ହେବ। ମ୍ୟାଚ୍ ପୁରା ୨୦-୨୦ ଓଭର ଖେଳାଯିବ। 

ଦ୍ଵିତୀୟ ସେମି ଫାଇନାଲ୍ ପାଇଁ କୌଣସି ରିଜର୍ଭ ଡେର ବ୍ୟବସ୍ଥା କରାଯାଇ ନାହିଁ। ଏହା ପରିବର୍ତ୍ତେ ୨୫୦ ମିନିଟ୍‌ର ଅତିରିକ୍ତ ସମୟ ଦିଆଯାଇଛି। ଯଦି ଏହି ସମୟ ଭିତରେ ମ୍ୟାଚ୍ ନ ହୁଏ ତେବେ ଏହାକୁ ରଦ୍ଦ କରିବାକୁ ପଡ଼ିବ। ଆଉ ଭାରତ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। 

ଭାରତ

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରା। 

ଇଂଲଣ୍ଡ

ଫିଲିପ ସଲ୍ଟ, ଜୋସ୍ ବଟଲର(ଅଧିନାୟକ), ଜୋନି ବେୟାରଷ୍ଟୋ, ହାରି ବ୍ରୁକ, ମୋଇନ ଅଲ୍ଲୀ, ଲିଆମ ଲିଭିଙ୍ଗଷ୍ଟୋନ,ସାମ କରନ, କ୍ରିସ୍ ଜୋର୍ଡାନ, ଜୋଫ୍ରା ଆର୍ଚର, ଆଦିଲ ରଶିଦ, ରିସି ଟପଲି। 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.