India vs South Africa Final: କୋହଲିଙ୍କ ଦମଦାର ଇନିଂସ, ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନ୍‌ ଟାର୍ଗେଟ୍ ଦେଲା ଭାରତ

Published By : Prameya-News7 Bureau | June 29, 2024 IST

BCCI

ବ୍ରିଜଟାଉନ୍: ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ ମୁକାବିଲା ବାର୍ବାଡୋସରେ ଖେଳାଯାଉଛି । କୋହଲିଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଏବଂ ଅକ୍ଷର ପଟେଲ୍ ଧୁଆଁଧାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ୭ ୱିକେଟ୍ ହରାଇ ସ୍କୋର ବୋର୍ଡରେ ୧୭୬ ରନ୍ ଲଗାଇବାରେ ସଫଳ ହୋଇଛି । ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ନିର୍ଦ୍ଧାରିତ ୨୦ ଓଭରରେ ୧୭୭ ରନ୍ କରିବାର ଅଛି । 

ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲାରେ ଭାରତୀୟ ଟିମର କ୍ୟାପ୍ଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଟିମର ଆରମ୍ଭ ମଧ୍ୟ ଧୁଆଁଧାର ଥିଲା । ଟିମ୍ ୧.୩ ଓଭର ସୁଦ୍ଧା ୨୩ ରନ ବୋର୍ଡରେ ଲଗାଇଥିଲା । କିନ୍ତୁ ଏହାପରେ ଟିମ୍ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା । ପ୍ରଥମେ ୯ ରନ୍ କରି ରୋହିତ୍ ଶର୍ମା ଏବଂ ଦ୍ୱିତୀୟ ଓଭରର ଶେଷ ବଲରେ ରିଷଭ ପନ୍ତ ଡକ୍ ଆଉଟ୍ ହୋଇ ଫେରିଥିଲେ । ଏହା ପରେ ପରେ ସୂର୍ଯ୍ୟକୁମାର ଯାଦବ ବି ମାତ୍ର ୩ ରନ୍ କରି ପାଭେଲିଅନ ଫେରିଥିଲେ । ଟିମ୍ ୪.୩ ଓଭରରେ ୩୪ ରନରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା ।  

ଏହାପରେ ପଡ଼ିଆକୁ ଓହ୍ଲାଇଥିବା ଅକ୍ଷର ପଟେଲ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ମଧ୍ୟରେ ୭୨ ରନର ପାର୍ଟନରଶିପ୍ ହୋଇଥିଲା । ତେବେ ଦୁର୍ଭାଗ୍ୟଜନକ ଭାବେ ଅକ୍ଷର ପଟେଲଙ୍କ ୩୧ ବଲରେ ୪୭ ରନର ଇନିଂସ ରନ୍ ଆଉଟ୍‌ରେ ଶେଷ ହୋଇଥିଲା । ଏହାପରେ ଶିଭମ ଦୁବେଙ୍କ ସହ ମିଶି ବିରାଟ କୋହିଲ ଭାରତର ସ୍କୋର କାର୍ଡକୁ ବଢାଇଥିଲେ । ଅନୁଭବି ବିରାଟ ୫୯ ବଲରେ ୭୬ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଶିବମ ଦୁବେ ୨୭ ରନ୍ କରି ଆଉଟ୍ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ୍ କରି ଅପରାଜିତ ରହିଥିଲେ ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଇଁ କେଶବ ମହାରାଜା ଏବଂ ନର୍କିଏ ସର୍ବାଧିକ ୨ଟି ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେହିପରି ମାକ୍ରୋ ଜନସେନ ଏବଂ କଗିଶୋ ରାବାଡା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.