IND vs ENG: ଖରା-ବର୍ଷାର ଖେଳ ଖେଳୁଛି ଗୁଏନାର ପାଗ, ମ୍ୟାଚ୍ ପୂରା ହୋଇପାରିବ କି ହେବ ବାତିଲ୍ ?

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ । ସମସ୍ତଙ୍କ ନଜର ଏବେ ଗୁଏନାର ପାଣିପାଗ ଉପରେ ରହିଛି । ଏଠାରେ ବର୍ଷା ଆଲର୍ଟ ନେଇ ଚେତାବନୀ ଏବଂ ମ୍ୟାଚ୍ ପୂର୍ବରୁ ସ୍ଥିତି ଏପରି ଯେ ବର୍ଷା ଏଠି ଲୁଚକାଳି ଖେଳୁଛି । ଏହାରି ଭିତରେ ଦିନେଶ କାର୍ତ୍ତିକ ଗୁଏନାରୁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପ୍ସନରେ ସେ ଲେଖିଛନ୍ତି ଯେ ବର୍ତ୍ତମାନ ସବୁକିଛି ଠିକ୍ ରହିଛି । ବର୍ଷା ବନ୍ଦ ହୋଇସାରିଛି, ଟୋପାଏ ଟୋପାଏ ବର୍ଷା ହେଉଛି । ତେବେ ଖୁସିର କଥା ଯେ ଖରା ବାହାରିଛି । ଉଲ୍ଲେଖଯୋଗ୍ୟ ଯେ ଯଦି ବର୍ଷ ପାଇଁ ମ୍ୟାଚ୍ ନହୁଏ ତେବେ ଭାରତ ସିଧ ଫାଇନାଲରେ ପ୍ରବେଶ କରିବ ।

ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ପୂର୍ବରୁ ଗୁଏନାରେ ପାଣିପାଗ ଲୁଚକାଳି ଖେଳୁଛି । କେତେବେଳେ ବର୍ଷା ତ କେତେବେଳେ ଖରା । ଏଠାରେ ପାଣିପାଗ ଆଦୌ ସ୍ଥିର ନାହିଁ । ଏଭଳି ସ୍ଥିତିରେ ମ୍ୟାଚ୍ ହେବା ନେଇ ଆଶଂକା ବଢିଛି । 

ପାଗକୁ ଦେଖି ଅନୁମାନ କରାଯାଉଛି ଭାରତ-ଇଂଲଣ୍ଡ ମ୍ୟାଚରେ ମଧ୍ୟ ବର୍ଷା ହୋଇପାରେ । ଏହି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ମଧ୍ୟ ନାହିଁ । ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଯାଏ ତେବେ ଅଙ୍କ ତାଲିକାରେ ଶୀର୍ଷରେ ଥିବା କାରଣରୁ ଭାରତୀୟ ଟିମ୍ ସିଧା ଫାଇନାଲରେ ପହଞ୍ଚିବ । ପୂର୍ବରୁ ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରି ସାରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.