ବଦଳିଲା ଗୁଏନାର ପାଗ, ପ୍ରବଳ ବର୍ଷା ପରେ ପଡ଼ିଲା ସୂର୍ଯ୍ୟକିରଣ, ମ୍ୟାଚ୍ ନେଇ ବଢିଲା ଆଶା

Published By : Prameya-News7 Bureau | June 27, 2024 IST

ଗୁଏନା: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ଵକପ୍‌ ୨୦୨୪ର ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍‌ ଗୁଏନାରେ ଖେଳାଯିବ। ସଭିଙ୍କ ନଜର ଗୁଏନାର ପାଣିପାଗ ଉପରେ ରହିଛି। ଆଜି ମ୍ୟାଚ୍ ସମୟରେ ବର୍ଷା ହେବ ବୋଲି ପୂର୍ବରୁ ପାଣିପାଗ ବିଭାଗ ଚେତାବନୀ ଜାରି କରିଥିଲା। କିଛି ସମୟ ପୂର୍ବରୁ ଏଠାରେ ପ୍ରବଳ ବର୍ଷା ହୋଇଛି। ତେବେ ସାମାଜିକ ଗଣମାଧ୍ୟମରେ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯାହା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଶ୍ଵସ୍ତିକର ରହିଛି। ବର୍ତ୍ତମାନ ଗୁଏନାରେ ସୂର୍ଯ୍ୟକିରଣ ପଡ଼ିଛି। ପଡ଼ିଆରୁ କଭର୍ସ ହଟା ଯାଇଛି ଏବଂ  ମଇଦାନକୁ ସଂପୂର୍ଣ୍ଣ ସୁଖାଇବା ପାଇଁ ଉଦ୍ୟମ ଜାରି ରହିଛି। ଯଦି ବର୍ଷା କାରଣରୁ ମ୍ୟାଚ୍ ବାତିଲ  ହୁଏ ତେବେ ଭାରତ ଫାଇନାଲ୍‌ରେ ପହଞ୍ଚିବ।




ଦ୍ଵିତୀୟ ସେମି ଫାଇନାଲ୍ ପୂର୍ବରୁ ଗୁଏନାରେ ପାଣିପାଗରେ ପ୍ରତି ସମୟରେ ପରିବର୍ତ୍ତନ ଘଟୁଛି। କେତେବେଳେ ବର୍ଷା ତ ଆଉ କେତେବେଳେ ସୂର୍ଯ୍ୟକିରଣ ପଡ଼ୁଛି। ଏଠାକାର ପାଣିପାଗ ସଂପୂର୍ଣ୍ଣ ସ୍ଥିର ରହୁନି। ତେଣୁ ମ୍ୟାଚ୍‌କୁ ନେଇ ଆଶଙ୍କା ଲାଗି ରହିଛି। ଗୁଏନାରେ ବର୍ତ୍ତମାନ ଥିବା ଏକ୍ସପର୍ଟ ଓ ଭାଷ୍ୟକାର ମଧ୍ୟ ପାଣିପାଗକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ପାରୁ ନାହାନ୍ତି। ଦିନେଶ କାର୍ତ୍ତିକ ଏକ୍ସରେ ପୋଷ୍ଟ କରି ଜଣାଇଥିଲେ ଯେ, ଗୁଏନାରେ ବର୍ଷା ଜାରି ରହିଛି। ତେବେ କାର୍ତ୍ତିକ ସଦ୍ୟତମ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପାଣିପାଗ ପୁରା ସଫା ଅଛି। ଆକାଶର କିଛି ଅଂଶରେ ବାଦଲ ଛାଇ ରହିଛି। ତେବେ ଏହାକୁ ନେଇ କୌଣସି ସମସ୍ୟା ନାହିଁ ବୋଲି କାର୍ତ୍ତିକ କହିଛନ୍ତି। 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.