କଟକ: ପଙ୍କଜ ଲୋଚନ ମହାନ୍ତି ହେବେ ଓସିଏ ସଭାପତି। ଆସନ୍ତା ୨୩ରେ କାଉନସିଲ୍ ନିର୍ବାଚନ ହେବ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି। ପଙ୍କଜର ଏବେ ଓସିଏର କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେବେ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦ ଖାଲିପଡିଥିଲା।
କାମଚଳା ସଭାପତି ଭାବରେ OCA ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଉଛନ୍ତି। ୨୦୨୨ ଅକ୍ଟୋବର ୨୮ରେ OCA ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି OCAର ସଭାପତି ଥିଲେ।