ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ; ସିନ୍ ନଦୀ ମଝିରେ ପରେଡ୍, ସାମିଲ୍ ହେବେ ୭ ହଜାର କ୍ରୀଡ଼ାବିତ୍

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ: ଶୁକ୍ରବାର ଅର୍ଥାତ୍ ଆଜିଠୁ ପ୍ୟାରିସ୍ ଅଲିମ୍ପିକ୍ସ । ଭାରତୀୟ ସମୟରେ ରାତି ୧୧ଟାରେ ଉଦଘାଟନୀ ସମାରୋହ । ଶତାବ୍ଦୀ ପରେ ଫ୍ରାନ୍ସକୁ ଅଲିମ୍ପିକ୍ସ କ୍ରୀଡ଼ା ଫେରିଥିବାରୁ ଏହାକୁ ସ୍ମରଣୀୟ କରିବାକୁ ସିନ୍ ନଦୀ ମଝିରେ ହେବ ପରେଡ୍ । ପ୍ରାୟ ଶହେ ଡଙ୍ଗାରେ ୨୦୬ ଦେଶରରୁ ଅଧିକ କ୍ରୀଡାବିତ୍ ପରେଡ୍ କରିବେ । ଭାରତ ପକ୍ଷରୁ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସମାରୋହରେ ସାମିଲ୍ ହେବେ । ସ୍ଥାନୀୟ ସମୟ   ସାଂଧ୍ୟା ୭.୩୦ ମିନିଟରୁ ଅଷ୍ଟ୍ରେର୍ଲିଜ୍ ବ୍ରିଜରୁ ପରେଡ ଆରମ୍ଭ ହୋଇ ଆଇଫିଲ୍ ଟାଓ୍ବାର ନିକଟରେ ଶେଷ ହେବ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିବେ । ନଦୀ ଗର୍ଭରେ ପ୍ରାୟ ୬ କିଲୋମିଟର ଧରି କାର୍ଯ୍ୟକ୍ରମ ଆୟୋଜିତ ହେବ । 

ଏହି ସମାରୋହରେ ୭୦୦୦ କ୍ରୀଡ଼ାବିତ୍ ସାମିଲ୍ ହେବେ । ୮୫ଟି ବଡ଼ ଡଙ୍ଗାରେ ପରେଡ୍‌ କାର୍ଯ୍ୟକ୍ରମ ରହିଛି । ୩୦୦୦ରୁ ଉର୍ଦ୍ଧ୍ବ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବେ । ଏହି କାର୍ଯ୍ୟକ୍ରମକୁ ଦେଖିବାରୁ ଟିକେଟ୍‌ ମୂଲ୍ୟ ୨୯୦୦ ଡଲାର ରହିଛି । ୫ ଲକ୍ଷରୁ ଦର୍ଶକ ବସି ଦେଖିବାକୁ ବ୍ୟବସ୍ଥା ହୋଇଛି । ୮୫ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ୨୨୨,୦୦୦ଜଣ ନିମନ୍ତ୍ରିତ ଅତିଥି ସାମିଲ୍ ହେବେ । ଏଥିପାଇଁ ୪୫ ହଜାର ସୁରକ୍ଷା ନିୟୋଜିତ ହୋଇଛି । କାର୍ଯ୍ୟକ୍ରମ ୧୨ଟି  ପର୍ଯ୍ୟାୟରେ   ଆୟୋଜିତ ହେବ । ୩୦୦୦ ଡ୍ୟାନ୍ସର, ବିଖ୍ୟାତ କଣ୍ଠଶିଳ୍ପୀ ପର୍ଯ୍ୟୟକ୍ରମିକ ଭାବେ ସାମିଲ ହେବେ । ଫ୍ରାନ୍ସର  କଳା ଓ ସଂସ୍କୃତି ଅଲିମ୍ପିକ୍ସରେ ମୁଖ୍ୟ ଆକର୍ଷଣ ସାଜିବ ।

ଏଥର ଅଲିମ୍ପିକ୍ସରେ ମୋଟ୍‌ ୧୦, ୭୧୪  କ୍ରୀଡ଼ାବିତ ସାମିଲ ହେବେ । ୩୨ଟି କ୍ରୀଡ଼ାରେ  ୩୨୯ଟି ଇଭେଣ୍ଟରେ ଭାଗ  ନେବେ । କେନ୍ଦ୍ରୀୟ ପ୍ୟାରିସର ପିଏରେ ଡି କୁବରଟିନଙ୍କ ସହରରେ ନିର୍ମାଣ ହୋଇଛି ବିଶାଳ କ୍ରୀଡ଼ାଗ୍ରାମ । ଯେଉଁଠାରେ ୧୪୫୦୦ଜଣ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି । ସେଥିରୁ କ୍ରୀଡ଼ାବିତଙ୍କ ପାଇଁ ୯୦୦୦ ଶଯ୍ୟା ସଂରକ୍ଷିତ ରହିଛି । ଭାରତ ପକ୍ଷରୁ ୧୧୬ଜଣ  ଆଥଲେଟିକ୍ସ ଅଲିମ୍ପିକ୍ସର ୬୯ଟି ମେଡାଲ ଇଭେଣ୍ଟରେ ଭାଗ ନେଇଛନ୍ତି ।  

ଅନ୍ୟପଟେ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ତୀରନ୍ଦାଜୀ ଦଳ ରିକର୍ଭ କ୍ବାର୍ଟର ଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛନ୍ତି ।    

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.