ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ ପୂର୍ବରୁ ହଙ୍ଗାମା; ଫ୍ରାନ୍ସରେ ହାଇ-ସ୍ପିଡ୍ ଟ୍ରେନ୍ ନେଟଓ୍ବର୍କ ଜାମ୍

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ପୂର୍ବରୁ ଫ୍ରାନ୍ସରେ ସମସ୍ୟା । ଅଲିମ୍ପିକ୍ସ କ୍ରୀଡ଼ା ବିଗୁଲ ବାଜିବା ପୂର୍ବରୁ ହାଇ-ସ୍ପିଡ୍ ଟ୍ରେନ୍ ନେଟଓ୍ବର୍କ ଜାମ୍ । ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ। ଫଳରେ ଟ୍ରେନ୍ ସେବା ପ୍ରଭାବିତ । ଖବର ଅନୁଯାୟୀ, ଦୁର୍ବୃତ୍ତଙ୍କ ଦୁର୍ଭାଗ୍ୟପୂର୍ଣ୍ଣ କାର୍ଯ୍ୟ ପାଇଁ ଟ୍ରାନ୍ସପୋର୍ଟ ସିଷ୍ଟମ ଭୁଶୁଡି ପଡ଼ିଛି ।   

ହାଇ-ସ୍ପିଡ୍ ଟ୍ରେନ୍ ନେଟଓ୍ବର୍କ ଜାମ୍ ନେଇ ଫ୍ରାନ୍ସର ଟ୍ରେନ୍ ଅପରେଟର କମ୍ପାନୀ ଏସଏନସିଏଫ ଶୁକ୍ରବାର ସୂଚୀତ କରିଥିଲା । ସମାଚାର ଏଜେନ୍ସି ଏଏଫପି ମାଧ୍ୟମରେ ଟ୍ରେନ୍ ନେଟଓ୍ବର୍କ କ୍ରାସ କରିଥିବା କମ୍ପାନୀ ସମସ୍ତ ସୂଚନା ଦେଇଛି । ବିକ୍ଷୋଭକାରୀମାନେ ଟ୍ରେନରେ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ ।  ହାଇ-ସ୍ପିଡ୍ ଟ୍ରେନ୍ ନେଟଓ୍ବର୍କ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବାକୁ ଏହି ହମଲା ହୋଇଥିଲା । ଫଳରେ ଫ୍ରାନ୍ସର ଅନେକ ରୁଟରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଯାତ୍ରୀମାନେ ଯାତାୟାତର ସମମ୍ୟା ଭୋଗୁଛନ୍ତି । ଏହି ଆକ୍ରମଣରେ ଫ୍ରାନ୍ସର ଆଟଲାଣ୍ଟିକ୍, ଉତ୍ତର ଏବଂ ପୂର୍ବ ଅଞ୍ଚଳ ପ୍ରଭାବିତ ହୋଇଛି ।  

ଏସଏନସିଏଫ ଯାତ୍ରୀମାନଙ୍କୁ ଯାତ୍ରା ସ୍ଥଗିତ କରିବାକୁ ଅନୁରୋଧ କରିଛି ଏବଂ ଷ୍ଟେସନରୁ ନଆସିବାକୁ କହିଛି । ଆଜି ରାତି ଭାରତୀୟ ସମୟ ପ୍ରାୟ ୧୧ଟାରେ ପ୍ୟାରିସ୍ ଅଲିମ୍ପିକ୍ସ ଉଦଘଟନ ହେବ । ଏଥିରେ ପ୍ରାୟ ୭ହଜାର ଆଥେଲିଟିକ୍ସ ଭାଗ ନେଇଥିବା ବେଳେ ୩ ଲକ୍ଷରୁ ଅଧିକ ଦର୍ଶକ ଏହାକୁ ଦେଖିବାକୁ ବ୍ୟବସ୍ଥା ହୋଇଛି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.