ଚିକିତ୍ସା ପାଇଁ ଆସିଥିଲେ ହସ୍ପିଟାଲ,କେବୁଲ ତାରରେ ଛନ୍ଦି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | September 10, 2024 IST

ନୀଳଗିରି୧୦/୯: ଅସୁସ୍ଥ ହୋଇ ଟ୍ରିଟମେଣ୍ଟ ହେବାକୁ ହସ୍‌ପିଟାଲ ଆସିଥିଲେ । ସକାଳୁ ନିତ୍ୟକର୍ମ ସାରିବା ପାଇଁ ପାଇଖାନା ଯିବା ବେଳେ କେବୁଲ ତାରରେ ଛନ୍ଦି ରୋଗୀଙ୍କ ମୃତ୍ୟୁ । ବାଲେଶ୍ବର ନୀଳଗିରି ଉପଖଣ୍ଡ ହସ୍‌ପିଟାଲରୁ ଆସିଛି ଅଭାବନୀୟ ଘଟଣା । ମୃତ ରୋଗୀ ଆମ୍ବଝର ଗାଁର କରଣ ସିଂ । ତାଙ୍କ ଦେହ ଖରାପ ହେବାରୁ ସେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ସକାଳୁ ତଳକୁ ଆସି ଦାନ୍ତ ଘଷିସାରିବା ପରେ ପାଇଖାନା ଯିବାବେଳେ ଘଟିଲା ଅଘଟଣ । ବାଟରେ ବିଛା ଯାଇଥିବା କେବୁଲ ତାରରେ ଛନ୍ଦି ହୋଇ ତଳେ କଚାଡି ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘଦିନ ହେବ ହସ୍‌ପିଟାଲର ଚାରିପଟେ ମୁକୁଳା ହୋଇ କେବୁଲ ପଡିଥିବା ବେଳେ କେହି ସେଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ରୋଗୀଙ୍କ ଜୀବନ ଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.