୩ ମାସରେ ଆରମ୍ଭ କରିଥିଲେ କମ୍ପାନୀ, ଆଜି ୧୦ କୋଟି ସମ୍ପତ୍ତିର କାରବାର

Published By : Prameya-News7 Bureau | July 31, 2023 IST

ନୂଆଦିଲ୍ଲୀ ୩୧।୦୭: ଗତକିଛି ବର୍ଷ ମଧ୍ୟରେ ଭାରତରେ ଦେଖିବାକୁ ମିଳିଛି ଷ୍ଟାର୍ଟଅପ୍‌ର ଲହର । ଅନେକ ଯୁବପିଢୀ ଚାକିରି ଛାଡି ଆରମ୍ଭ କରୁଛନ୍ତି ନିଜର ଷ୍ଟାର୍ଟଅପ୍ । ଏଥିରେ କିଛି ସଫଳ ହୋଇଥାନ୍ତି ତ ଆଉ କିଛି ବିଫଳ । କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ସେ ମାତ୍ର ୩ ମାସରେ ନିଜ ସ୍ବପ୍ନକୁ ସାକାର କରିଛନ୍ତି । ଅର୍ଥାତ୍ ୩ମାସ ପୂର୍ବରୁ ଆରମ୍ଭ କରିଥିବା କମ୍ପାନୀ ଆଜି ତାଙ୍କୁ କୋଟି କୋଟି ଟଙ୍କାର ମାଲିକରେ ପରିଣତ କରିଛି ।

{"id":824298,"width":839,"height":839,"sizeSlug":"full","linkDestination":"none"}

ଏ ହେଉଛନ୍ତି ପର୍ଲ କପୁର । Zyber 365ର ସିଇଓ । ମେ ୨୦୨୩ରେ ଆରମ୍ଭ କରିଥିଲେ ନିଜର କମ୍ପାନୀ । ଆଉ ମାତ୍ର ୩ ମାସରେ ରୋଜଗାର କରିଛନ୍ତି ୧.୨ ବିଲିୟନ ଡଲାର ଅର୍ଥାତ୍ ୯ ହଜାର ୮୪୦ କୋଟି । ଯାହା ତାଙ୍କୁ ୟୁନିକର୍ଣ୍ଣ ଲିଷ୍ଟରେ ସାମିଲ କରିଛି । Zyber 365 କଥା କହିବାକୁ ଗଲେ, ଏହି କମ୍ପାନୀ ଏକ ସାଇବର ବେଷ୍ଟ କମ୍ପାନୀ । ଯାହା ଅନ୍ୟ କମ୍ପାନୀର ହେଉଥିବା ସାଇବର ହ୍ୟାକିଂକୁ ରୋକିବାରେ ସାହାଯ୍ୟ କରିଥାଏ । କମ୍ପାନୀକୁ ପର୍ଲ କପୁର ଏବଂ ନୈତିକ ହ୍ୟାକର୍ ସନ୍ନି ବାଘେଲାଙ୍କ ସହ ମିଶି ଆରମ୍ଭ କରିଥିଲେ ।  ବର୍ତ୍ତମାନ ଏବେ ସନ୍ନି ଏହି କମ୍ପାନୀରେ ସିପିଓ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଫାର୍ମର ଦୈନନ୍ଦିନର ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି ।

{"id":824299,"sizeSlug":"full","linkDestination":"none"}

ପର୍ଲ ଲଣ୍ଡନର ରାଣୀ ମେରି ୟୁନିଭରସିଟିରୁ ଏମଏସସି ଇନଭେଷ୍ଟମେଣ୍ଟ ବ୍ୟାଙ୍କିଂରେ ଅଧ୍ୟୟନ କରିଛନ୍ତି । ଏହା ପରେ ସେ ଏମ୍ପିଏମ୍ ଷ୍ଟୋର କମ୍ପାନୀ ପାଇଁ ଆର୍ଥିକ ପରାମର୍ଶଦାତା ଏବଂ ପରେ ଆଣ୍ଟିଅର୍ ସଲ୍ୟୁସନ୍ ପାଇଁ ବିଜନେସ୍ ଆଡଭାଇଜର ଭାବେ ମଧ୍ୟ କାମ କରିଛନ୍ତି । ଫେବୃଆରୀ ୨୦୨୨ରେ ବିଲିୟନ ପେ ଟେକ୍ନୋଲୋଜି ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ ଏବଂ ପରେ ମଇ ୨୦୨୩ରେ ସାଇବର ସୁରକ୍ଷା ସହିତ କାରବାର କରୁଥିବା Zyber 365 ଆରମ୍ଭ କରିଥିଲେ ।

{"id":824301,"sizeSlug":"full","linkDestination":"none"}

Zyber 365 କମ୍ପାନୀର ମୁଖ୍ୟାଳୟ ଲଣ୍ଡନରେ ଅବସ୍ଥିତ । କିନ୍ତୁ ଏହାର କାମ ଭାରତରୁ ହେଉଛି । ପର୍ଲ ଆଗାମୀ ସମୟରେ ଭାରତକୁ ତାଙ୍କ କମ୍ପାନୀର ଅପରେସନ୍ ହବ୍ କରିବାକୁ ଚାହୁଁଛନ୍ତି । ଏହା ସହିତ ସେ ନିଶ୍ଚିତ ଅଛନ୍ତି ଯେ ଆଗାମୀ ସମୟରେ ଭାରତ ସାଇବର ଅପରେସନର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇପାରେ । ବ୍ରିଟେନ ଭିତ୍ତିକ କମ୍ପାନୀ SRAM ଏବଂ MRAM ଗ୍ରୁପ୍ ଠାରୁ ମୋଟ ୧୦୦ ମିଲିୟନ୍ ଡଲାର୍ ସଂଗ୍ରହ କରିଛି ଏହି କମ୍ପାନୀ । ଯାହା ଏକ ବଡ ସଫଳତା । ପର୍ଲ କହିଛନ୍ତି କି Zyber 365କୁ ମିଳିଥିବା ୧୦୦ ମିଲିୟନ ଡଲାର୍ କମ୍ପାନୀର ଉନ୍ନତି ପାଇଁ ଲାଗିବ । ଆଗକୁ AIକୁ ଟକ୍କର ଦେବା ପ୍ରସ୍ତୁତ ହେବ କମ୍ପାନୀ ।

You Can Read:

wp:embed {"url":"https://www.prameyanews7.com/boy-claims-that-he-booked-an-entire-commercial-plane-for-friends-to-fly-to-the-bahamas/","type":"wp-embed","providerNameSlug":"prameya-news-7"}
https://www.prameyanews7.com/boy-claims-that-he-booked-an-entire-commercial-plane-for-friends-to-fly-to-the-bahamas/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.