ମାର୍ଚ୍ଚ ୨୭ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା, କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ

Published By : Prameya-News7 Bureau | February 18, 2025 IST

ଭୁବନେଶ୍ୱର,୧୮/୦୨: ଆଜିଠୁ ଯୁକ୍ତ  ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ  ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍‌)ର ମାତୃଭାଷା ଓଡ଼ିଆ  ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା ।  

ମଙ୍ଗଳବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ  ଧନ୍ଦାମୂଳକ ଶିକ୍ଷାରେ ରେଗୁଲାର ଓ  ଏକ୍ସରେଗୁଲାର ମିଶି କରି ସମୁଦାୟ  ୩ ଲକ୍ଷ ୯୩ ହଜାର ୬୧୮ଜଣ  ପରୀକ୍ଷାର୍ଥୀ ରହିଛନ୍ତି । ରାଜ୍ୟରେ  ମୋଟ ୧୨୭୬ଟି ପରୀକ୍ଷା କେନ୍ଦ୍ର  କରାଯାଇଛି । ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିବ । 

ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ୩୦ ମିନିଟ୍‌ ପୂର୍ବରୁ ପହଞ୍ଚିବେ । ୧୫  ମିନିଟ୍‌ ପୂର୍ବରୁ ପରୀକ୍ଷା ହଲ୍‌ରେ ପ୍ରବେଶ କରିବେ । ପୂରା ସିସିଟିଭି ନଜରରେ  ପରୀକ୍ଷା ହେବ । ଏହାର ଲାଇଭ୍‌ ଷ୍ଟ୍ରିମିଂ ଚାଲିବ । ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ୫  ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । 

କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ  ସ୍କ୍ୱାଡ୍‌ ଡିପୋ କରାଯାଇଛି। ରାଜ୍ୟରେ ମୋଟ୍‌ ୩୫ଟି ସ୍କ୍ୱାଡ  ଡିପୋ ହୋଇଛି । ଗୋଟିଏ ସ୍କ୍ୱାଡରେ ୩ଜଣ ସଦସ୍ୟ ଅଛନ୍ତି ବୋଲି ଉଚ୍ଚ ମାଧ୍ୟମିକ  ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.