ଜନତା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ସମସ୍ତ ପ୍ରତିଶୃତି ପୂରଣ କରୁଛି ସରକାର

Published By : Prameya-News7 Bureau | September 17, 2024 IST

ଭୁବନେଶ୍ୱର ୧୭।୦୯ : ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ । ଜୟ ଜଗନ୍ନାଥ କହି ଆରମ୍ଭ କଲେ ଅଭିଭାଷଣ । ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦରୁ ପୁଣି ଓଡିଶା ଆସିବାର ସୌଭାଗ୍ୟ ଅର୍ଜନ କରିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୌଭାଗ୍ୟ ମିଳିଛି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ପ୍ରତିଶୃତି ପୂରଣ କରିଛି । ନିର୍ବାଚନ ପୂର୍ବରୁ ଦଳ ଦେଇଥିବା ପ୍ରତିଶୃତି ଏବେ ପୂରଣ କରୁଛୁ ।  ପ୍ରଥମ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ କହିଥିଲୁ । ନିର୍ବାଚନ ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲୁଛି । ଏହାସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି । ଏହାବାଦ୍‌ ଆମ ଦଳ ଦେଇଥିବା ଆଉ ଏକ ପ୍ରତିଶୃତି ସୁଭଦ୍ରା ଯୋଜନାର ଶୁଭାରମ୍ଭ ମଧ୍ୟ ହୋଇଛି । ଡବଲ ଇଞ୍ଜିନ୍‌ ସରକାରରେ ବିକାଶ କାମକୁ ତ୍ୱରାନ୍ୱିତ କରାଯିବ । ତେବେ ଓଡିଶାର ବିକାଶ ପାଇଁ ଏକ ନୂଆ ଟିମ୍‌ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ପୁରା ଟିମ୍‌କୁ ଶୁଭେଚ୍ଛା ଜଣାଇଛି । 

ସେହିପରି ଆମ ସରକାର ସମୟରେ ଦେଶରେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ପକ୍କା ଘର ମିଳିଛି । ଏଥିମଧ୍ୟରେ ୨୬ ଲକ୍ଷ ଘର ଗ୍ରାମାଞ୍ଚଳରେ ମିଳିଥିବା ବେଳେ ୪ ଲକ୍ଷ ଘର ସହରାଞ୍ଚଳ ଲୋକଙ୍କୁ ମିଳିଛି । ବାକି ଶହେ ଦିନରେ ୨୫ ହଜାର ଗାଁକୁ ରାସ୍ତା ନିର୍ମାଣ କରାଯାଇଛି । ୨୫ ହଜାର ଗାଁର ପକ୍କା ସଡକ ସହ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । ଓଡିଶାବାସୀଙ୍କ ମଧ୍ୟ ଏହାର ଫାଇଦା ମିଳିବ । ଶହେ ଦିନରେ ୧୧ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ । 

ସେହିପରି ଦୁଇ ଗଣ ବଢିଛି ଜନଜାତି ମନ୍ତ୍ରାଳୟର ବଜେଟ୍‌ । ବିକଶିତ ହେବ ଦେଶର ୬୦ ହଜାର ଆଦିବାସୀ ଗାଁ । ତେଣୁ ଦେଶ ଗଢିବାରେ ଯୁବପୀଢିଙ୍କ ଅବଦାନ ରହିଛି । ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ମଧ୍ୟ ହୋଇଛି । ପ୍ରାୟ ୨ ଲକ୍ଷ କୋଟିରେ ସ୍ୱତନ୍ତ୍ର ପିଏମ୍‌ ପ୍ୟାକେଜ୍‌କ ଘୋଷଣା ହୋଇଛି । ଏଥିରେ ଓଡିଶାର ଯୁବପିଢୀ ମଧ୍ୟ ଉପକୃତ ହୋଇପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.