ଭୁବନେଶ୍ୱର ୨୭/୦୨: ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ । ଏନେଇ ପିଏମ ଓ କାର୍ଯ୍ୟାଳୟ ରୁ ସୂଚନା ଆସିବା ପରେ ବିଜେପି ପାର୍ଟି ଅଫିସ ରେ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯଦିଓ ପ୍ରଧାନମନ୍ତ୍ରୀ ଆସିବା ତାରିଖ ନିର୍ଦ୍ଧାରିତ ହୋଇନାହିଁ ତଥାପି ମାର୍ଚ୍ଚ ପ୍ରଥମ ସପ୍ତାହରେ ଆସିବେ ବୋଲି କହିଛନ୍ତି ।
ସୂଚନା ଥାଉକି, ବିଜେପି ଫୋକସରେ ଓଡ଼ିଶା । ଏଥିପାଇଁ ଜାରି ରହିଛି ବିଜେପି ନେତାଙ୍କ ଆଗମନ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ ବୋଲି ଜଣାପଡିଛି । ତେବେ ସିଏ କେଉଁଠିକୁ ଯିବେ ବା କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ତାହା ଜଣାପଡିନି । କିନ୍ତୁ ମାର୍ଚ୍ଚ ପହିଲାରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।
ଗତ କିଛିଦିନ ତଳେ ସମ୍ୱଲପୁର ଆସିଥିଲେ ମୋଦି । ପ୍ରଥମେ ଝାରସୁଗୁଡା ଓ ପରେ ସମ୍ୱଲପୁର ଗସ୍ତ କରିଥିଲେ । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବି ଆସିଥିଲେ । ଏବେ ପୁଣିଥରେ ମୋଦିଙ୍କ ଗସ୍ତ ଆଲୋଚନା ରାଜନୀତି ପାଣିପାଗକୁ ବେଶ୍ ସରଗରମ କରିଛି ।
you can also read..
wp:embed {"url":"https://www.prameyanews7.com/nawaz-sharifs-daughter-becomes-1st-female-cm-of-pakistan/","type":"wp-embed","providerNameSlug":"prameya-news-7"}