ଭୁବନେଶ୍ଵର: ୫୯ତମ ଡିଜି-ଆଇଜି ସମ୍ମିଳନୀ ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ପହଞ୍ଚିବେ। ଏହା ସହିତ ଗୃହ ମନ୍ତ୍ରୀ ଅମିତ୍ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ କେନ୍ଦ୍ରୀୟ ପ୍ରତିନିଧିଙ୍କ ଗସ୍ତକୁ ଦେଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର-କଟକ କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।
ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ଜି ଛକ, ରାଜଭବନ ଛକ ମନା। ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ମନା କରାଯାଇଛି।
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଏୟାରପୋର୍ଟରୁ ରାଜଭବନ ଯାଏଁ କାରକେଡ୍ ରିହାର୍ସାଲ ହୋଇଛି । । ଏୟାରପୋର୍ଟ ଅଂଚଳରୁ ଆରମ୍ଭ କରି ରାଜଭବନ, ଲୋକସେବା ଭବନ, ଚନ୍ଦ୍ରଶେଖରପୁରସ୍ଥିତ IPS ମେସ୍ ଓ ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ନୋ-ଡ୍ରୋନ୍ ଭାବେ ଘୋଷଣା କରାଯାଇଛି । ସେହିଭଳି ଡିଜି-ଆଇଜି ସମ୍ମିଳନୀ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । VVIP ଓ କେନ୍ଦ୍ରୀୟ ପ୍ରତିନିଧିଙ୍କ ସୁରକ୍ଷା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥି ସହ BSF, CRPF, ଓଡ୍ରାଫ୍ ଟିମ୍ ଓ କ୍ବିକ୍ ରିଆକ୍ସନ ଟିମ୍କୁ ନିୟୋଜିତ କରାଯାଇଛି ।
ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସଂସ୍ଥା ଆଧାରରେ ତଥ୍ୟ ସଂଗ୍ରହ କରାଯାଉଛି । SPG ଓ NSG ଟିମ୍ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି । ସୁରକ୍ଷାକର୍ମୀମାନଙ୍କ ସମନ୍ବୟ ରକ୍ଷା ଲାଗି ସ୍ବତନ୍ତ୍ର VHFର ବ୍ୟବସ୍ଥା କରାଯାଉଛି । ୭୦ରୁ ଅଧିକ କମ୍ପାନୀ ଫୋର୍ସ ସହିତ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ନିୟୋଜିତ କରାଯାଇଛି । ପୋଲିସ କମିଶନର କହିଛନ୍ତି ଯେ, ଦେଶ ବିରୋଧୀ ତତ୍ତ୍ବ ରହିବା ନୂଆ କଥା ନୁହେଁ । ସବୁବେଳେ ସେମାନଙ୍କୁ କଡ଼ା ଜବାବ୍ ଦିଆଯାଇଛି । ସବୁ ଦିଗକୁ ଦୃଷ୍ଟିରେ ରଖି ଆମର ସୁରକ୍ଷା ବ୍ୟବସ୍ଥାକୁ ପର୍ଯ୍ୟାପ୍ତ କରାଯାଇଛି । ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ସୁରକ୍ଷା ବଳୟ ଭେଦିବାକୁ ଉଦ୍ୟମ କରିବ ତା’ର ଅସ୍ଥିତ୍ବ ରଖିବୁନି ବୋଲି କହିଛନ୍ତ ପୋଲିସ କମିଶନର ।
୫୯ତମ ଡିଜି-ଆଇଜି ସମ୍ମିଳନୀ ପାଇଁ ଭୁବନେଶ୍ବରରେ ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ରାଜ୍ୟର ଡିଜି ଓ ଆଇଜି । ଗତକାଲି ୧୫ଜଣ ଡିଜି ପହଞ୍ଚିଥିବା ବେଳେ ଆଜି ଆହୁରି ୫୭ ଜଣ ଡିଜି ଓ ଆଇଜି ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ବାଗତ କରିବା ଲାଗି ଏୟାରପୋର୍ଟରେ ୪ଜଣ ଏଡିଜିଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରଥମ ଥର ପାଇଁ ୩ଦିନ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଇଣ୍ଟେଲିଜେନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀ, ସମସ୍ତ ରାଜ୍ୟର ଡିଜିପି, CRPF DG, RAW ମୁଖ୍ୟ , NSG ଏବଂ SPG ମଧ୍ୟ ଏହି ସମ୍ମିଳନୀରେ ଯୋଗୋଦେବେ । ୨୯ରୁ ୧ ପର୍ଯ୍ୟନ୍ତ ୩ଦିନ କଡ଼ା ସୁରକ୍ଷା ବଳୟ ଭିତରେ ରହିବ ରାଜଧାନୀ ଭୁବନେଶ୍ବର।
ଭୁବନେଶ୍ବରରେ ୫ ନୋ-ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । ଚପା ଚପାରେ ଯାଞ୍ଚ କରୁଛନ୍ତି SPG ଓ NSG ଟିମ୍ । ମୁତୟନ ହୋଇଛନ୍ତି ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ । ୫୯ତମ ଡିଜି-ଆଇଜି ସମ୍ମିଳନୀକୁ ଏଥର ହୋଷ୍ଟ କରୁଛି ଓଡ଼ିଶା । ଏଥି ପାଇଁ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଭୁବନେଶ୍ବରରେ ପହଞ୍ଚିବାରେ ଲାଗିଛନ୍ତି । ଆସନ୍ତାକାଲି ଅପରାହ୍ଣ ୪ଟା ୧୫ମିନିଟ୍ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତା’ ପୂର୍ବରୁ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ଆସିବେ ।
ଏହା ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ଗୁରୁଓ୍ବନ୍ତ ସିଂ ପନ୍ନୁର ଧମକକୁ ଦୃଷ୍ଟି ରଖି ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ସମ୍ମିଳନୀରେ ବ୍ୟାଘାତ ସୃଷ୍ଟି କରିବାକୁ ଏକ ଭିଡିଓ ବାର୍ତ୍ତା ଜାରି କରି ଧମକ୍ ଦେଇଛି ଖଲିସ୍ତାନୀ ଆତଙ୍କୀ ଗୁରୁଓ୍ବନ୍ତ ସିଂ ପନ୍ନୁ । (ପନ୍ନୁ-ଆମ୍ବିଆନ୍ସ୍ ) । ଜାତୀୟ ଗଣମାଧ୍ୟରେ ଏହାକୁ ନେଇ ଚର୍ଚ୍ଚା ପରେ ରାଜଧାନୀ ଭୁବନେଶ୍ବରର ଚପା ଚପାରେ ଏବେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି SPG ଓ NSG ଟିମ୍ । ପ୍ରତିଟି ସ୍ଥାନକୁ ଯାଞ୍ଚ କରୁଛନ୍ତି ଆଣ୍ଟି ବମ୍ ସ୍କ୍ବାର୍ଡ଼ ଓ ଡଗ୍ ସ୍କ୍ବାର୍ଡ଼ । ଇଏ ହେଉଛି ଏୟାରପୋର୍ଟ ନିକଟ ସଭାସ୍ଥଳର ଦୃଶ୍ୟ । ତେବେ ଆତଙ୍କୀ ସଂଗଠନର ଧମକକୁ ଆମ ଯବାନ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।