ନୂଆଦିଲ୍ଲୀ: କାଶୀର ସୁମେର ମଠର ପୀଠାଧିଶ ସ୍ୱାମୀ ନରେନ୍ଦ୍ରନନ୍ଦ ସରସ୍ୱତୀ ଜୀ ମହାରାଜ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁଠୁ ଯୋଗ୍ୟ ବ୍ୟକ୍ତି ବୋଲି କହିଛନ୍ତି । ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ପୂନ୍ୟ ସ୍ନାନ ପାଇଁ ଆସିଥିବା ସ୍ୱାମୀ ନରେନ୍ଦ୍ରନନ୍ଦ କହିଛନ୍ତି-ପ୍ରଧାନମନ୍ତ୍ରୀଙ୍କ କରକମଳରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କୌଣସି ପ୍ରକାର ବିରୋଧ ନହେବା ଦରକାର । ଏହାକୁ ନେଇ ଯେଉଁ ମତଭେଦ ଅଛି, ତାହା ଆଲୋଚନା ଜରିଆରେ ଶେଷ କରାଯିବା ଦରକାର ।
ସ୍ୱାମୀ ଜୀ ଏହା ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ଯେଉଁମାନେ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେମାନେ ମସଜିଦ ଏବଂ ଗୁରୁଦ୍ୱାରା ଯାଉଥିଲେ, କିନ୍ତୁ ଅଯୋଧ୍ୟା ଏବଂ ମନ୍ଦିରକୁ ଡରୁଥିଲେ । କାରଣ ସେମାନଙ୍କୁ ନିଜ ଚୌକି ହରାଇବାର ଭୟ ଲାଗୁ ଥିଲା । ନରେନ୍ଦ୍ର ମୋଦୀ ମନ୍ଦିର ଯାଉଥିବା ପ୍ରଥମ ପ୍ରଧାନମନ୍ତ୍ରୀ ।
ପଢନ୍ତୁ: ସିଏମ୍ ମମତାଙ୍କୁ ‘ମୁମତାଜ ଖାନ’ କହିଲେ ରାମ ମନ୍ଦିରର ମୁଖ୍ୟ ପୂଜାରୀ, ସାଧୁଙ୍କ ଉପରେ ଆକ୍ରମଣକୁ କଲେ ନିନ୍ଦା
ପୀଠାଧିଶ୍ୱର କହିଛନ୍ତି ଯେ ପିଏମ୍ ମୋଦୀ ଧର୍ମନିଷ୍ଠ, ଶାକାହାରୀ, ନବରାତ୍ର ବ୍ରତ କରନ୍ତି । ତାଙ୍କ ପରି ଆସ୍ତିକ ବ୍ୟକ୍ତି ସବୁ କ୍ଷେତ୍ରରେ ବିକାଶ କରିଛନ୍ତି । ୫୦୦ ବର୍ଷ ଏବଂ ପ୍ରାୟ ପାଞ୍ଚ ଲକ୍ଷ ଲୋକଙ୍କ ବଳିଦାନ ପରେ ଜାନୁଆରୀ ୨୨ରେ ଏହି ଶୁଭ ଅବସର ଆସିଛି । ରାମ ରାଜ୍ୟର ସ୍ଥାପନା ହେବାକୁ ଯାଉଛି । ଏପରି କାର୍ଯ୍ୟକ୍ରମରେ ଯଦି ପ୍ରଧାନମନ୍ତ୍ରୀ ସାମିଲ ହୁଅନ୍ତି ତେବେ ଏହା ଶାସ୍ତ୍ର ବିରୋଧୀ କିମ୍ୱା ଅମର୍ଯାଦିତ ନୁହେଁ, ବରଂ ରାଷ୍ଟ୍ରହିତରେ ଅଟେ ।