ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ସମୟର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ। ଭିଡିଓରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନ ଅବସରରେ ଶ୍ରମଦାନ କରୁଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓରେ ହରିୟାଣାର ଅଙ୍କିତ ବାୟାନପୁରିଆ ମଧ୍ୟ ଅଛନ୍ତି, ଯିଏକି '୭୫ ଦିନ ହାର୍ଡ ଚ୍ୟାଲେଞ୍ଜ 'ସମାପ୍ତ କରିଛନ୍ତି, ଯାହା ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଭୟଙ୍କୁ ସ୍ବଚ୍ଛତା ଅଭିଯାନ ଅପୁଯାୟୀ ସଫେଇ ତଥା ଝାଡ଼ୁ କରୁଥିବାର ଦେଖିବାକୁ ମିଳୁଛି ।
ଆହୁରି ପଢ଼ନ୍ତୁ: ଏଲପିଜି ଶସ୍ତା ପରେ ମୋଦୀ ସରକାର ଦେବାକୁ ଯାଉଛନ୍ତି ଆଉ ଏକ ଉପହାର, ମଧ୍ୟବିତ୍ତଙ୍କୁ ହେବ ଲାଭ
ଭିଡିଓ ସେୟାର କରି ମୋଦୀ ଲେଖିଛନ୍ତି ଯେ, 'ଆଜି ଯେତେବେଳେ ଦେଶ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଉଛି, ଏହି ଅବସରରେ ମୁଁ ଏବଂ ଅଙ୍କିତ ବାୟାନପୁରିଆ ମଧ୍ୟ ସମାନ କାର୍ଯ୍ୟ କରିଛୁ । ପରିଷ୍କାର ବ୍ୟତୀତ, ଆମେ ଏଥିରେ ଫିଟନେସ୍ ଏବଂ ସୁସ୍ଥତା ମଧ୍ୟ ଅନ୍ତର୍ଭୁକ୍ତ କରିଛୁ । ଏହା ଏକ ସ୍ୱଚ୍ଛ ଏବଂ ସୁସ୍ଥ ଭାରତର ଭାବନା।’’
wp:html/wp:htmlToday, as the nation focuses on Swachhata, Ankit Baiyanpuriya and I did the same! Beyond just cleanliness, we blended fitness and well-being also into the mix. It is all about that Swachh and Swasth Bharat vibe! @baiyanpuria pic.twitter.com/gwn1SgdR2C
— Narendra Modi (@narendramodi) October 1, 2023
ଉଲ୍ଲେଖଯୋଗ୍ୟ, ୨୦୧୪ରେ ଯେତେବେଳେ ମୋଦୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନର ଲକ୍ଷ୍ୟ ଥିଲା ଲୋକମାନେ ଯେପରି ନିଜ ଆଖପାଖ ସ୍ଥାନକୁ ସଫା ରଖିବେ ସେନେଇ ସଚେତନ କରାଇବା।
ଆହୁରି ପଢ଼ନ୍ତୁ: ବାରଣାସୀରେ ପିଏମ୍ ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, କାର୍କେଡ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ
କେବଳ ଯେ, ଆଖପାଖକୁ ସଫା ରଖିବା ତାହା ନୁହେଁ ପରିବେଶର ସୁରକ୍ଷା ପାଇଁ ମଧ୍ୟ ନିବେଦନ କରାଯାଇଛି। ଆଉ ଏହି କ୍ରମରେ ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବଛ ଭାରତ ଅଭିଯାନ ଅଧୀନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।