ମାନିବାକୁ ପଡ଼ିବ ଚୋରଙ୍କ ବୁଦ୍ଧି ! ଦାମୀ କାର୍‌ରେ ଆସନ୍ତି, ମେଣ୍ଢା ଦେଖିଲେ ଉଠାନ୍ତି

Published By : Prameya-News7 Bureau | September 20, 2024 IST

News7

ବାଲିପାଟଣା: ଦାମୀ କାରରେ ଆସୁଥିଲେ ଏବଂ ମେଣ୍ଢା ଚୋରି କରୁଥିଲେ। ଏଭଳି ଏକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବାଲିଅନ୍ତା ଥାନା ପୋଲିସ୍। ଗତ ୧୫ ତାରିଖ ବିଳମ୍ବିତ ରାତ୍ରିରେ ବାଲିଅନ୍ତା ଥାନା ପରିଆପାଟପୁର ଗ୍ରାମରୁ କରୁଣାକର ବେହେରାଙ୍କ ଗୁହାଳରୁ ୧୧ଟି ମେଣ୍ଢା ଚୋରି କରି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। କେନ୍ଦୁବିଲ୍ୱ ରାସ୍ତାରେ ସନ୍ଦେହଜନକ ଭାବେ ୨ଟି ଦାମୀ କାର୍ ଥିବା ସୂଚନା ପାଇ ପୋଲିସ ଚଢଉ କରି ୮ ଜଣ ଚୋରକୁ ବାନ୍ଧିଛି। 

ପୋଲିସ ତଦନ୍ତ ସମୟରେ ଏହି ୮ ଜଣଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଏମାନଙ୍କ ନିକଟରୁ ୨ଟି ଦାମୀ କାର, ୧୧ ଟି ମୋବାଇଲ ଏବଂ ୨୩,୧୭୦ ଟଙ୍କା ଜବତ କରିଥିବା ବେଳେ କାର ଭିତରେ ୫ଟି ମେଣ୍ଢା ଜବତ ହୋଇଛି । ଅଭିଯୁକ୍ତ ମାନେ ପେଷାଦାର୍ ଅପରାଧି ଏବଂ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। 

ଅଭିଯୁକ୍ତମାନେ ହେଲେ ଚାରିଛକ ଥାନା କଳାପାଞ୍ଚଣ ଗ୍ରାମର ସେଖ ୱାଜିଦ, ଆକାଶ ଭୋଇ, ଗୋପ ଥାନା ନୟାହାଟର ଆୟୁଷ୍ମାନ ନନ୍ଦି, ରାଜା କାଣ୍ଡି, ନିଆଳି ଥାନା ଅଢାଙ୍ଗର ସେଖ ସାହିଲ, ସେଖ ଜାହିଲ ଏବଂ କେଳୁ ସା। ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ପୂର୍ବରୁ ଓଡ଼ିଶାର ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି। 

ଅଭିଯୁକ୍ତ ଏସ୍.କେ ଓ୍ୱାଜିଦଙ୍କ ନାମରେ ନିଆଳି ଥାନାରେ ଗୋଟିଏ, ନିମାପଡା ଥାନା ଗୋଟିଏ, ନୂଆଗାଁ ଥାନାରେ ଗୋଟିଏ, ବାଲିଅନ୍ତା ଥାନାରେ ୩ଟି, ଜଗତସିଂହପୁର ଟାଉନଥାନାରେ ଗୋଟିଏ, ଚାରିଛକ ଥାନାରେ ୨ଟି, କୋଣାର୍କ ଥାନାରେ ଗୋଟିଏ ରହିଛି। 

ସେହିପରି ଅଭିଯୁକ୍ତ ଆକାଶ ଭୋଇଙ୍କ ନାମରେ ପୂର୍ବରୁ ଗୋବିନ୍ଦପୁର ଥାନାରେ ଗୋଟିଏ, ଚାରିଛକ ଥାନାରେ ଗୋଟିଏ, ବାଲିଅନ୍ତା ଥାନାରେ ୨ଟି, କୋଣାର୍କ ଥାନାରେ ୨ଟି, ଅଭିଯୁକ୍ତ କେଳୁ ସା ଙ୍କ ନାମରେ ନିଆଳି ଥାନା ୩ଟି, କାକଟପୁର ଥାନାରେ ଗୋଟିଏ, ବାଲିଅନ୍ତା ଥାନାରେ ୨ଟି, ଅଭିଯୁକ୍ତ ଏସ୍.କେ ଜାହିରଙ୍କ ନାମରେ ନିଆଳି ଥାନାରେ ଗୋଟିଏ, ବାଲିଅନ୍ତା ଥାନାରେ ୨ଟି ରହିଛି। 

ଅଭିଯୁକ୍ତ ଏସ୍.କେ ରହିଲଙ୍କ ନାମରେ ବଳଙ୍ଗା ଥାନାରେ ଗୋଟିଏ, କାକଟପୁର ଥାନାରେ ଗୋଟିଏ, ବାଲିଅନ୍ତା ଥାନାର ୨ଟି ଏବଂ ଅଭିଯୁକ୍ତ ଏସ୍.କେ ସାହିଲଙ୍କ ନାମରେ ପୂର୍ବରୁ ବଳଙ୍ଗା ଥାନାରେ ଗୋଟିଏ ଓ ବାଲିଅନ୍ତା ଥାନାରେ ୨ ଟି ଅପରାଧିକ ମାମଲା ରହିଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.