ଦଳିତ ବ୍ୟକ୍ତିଙ୍କ ଏତଲା ନରଖିବା ଅଭିଯୋଗ ଆଣି ଥାନା ଘେରାଉ

Published By : Prameya-News7 Bureau | February 07, 2025 IST

ବାଲିପାଟଣା: ଦଳିତ ବ୍ୟକ୍ତିଙ୍କ ଏତଲା ନରଖିବା ତଥା ସେମାନଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ନକରିବା ଅଭିଯୋଗ ଆଣି ବାଲିପାଟଣା ଥାନା ଘେରାଉ କରିଛନ୍ତି ଦଳିତ ସଂଘ। ଶୁକ୍ରବାର ସଂଘର ଅନେକ କର୍ମକର୍ତ୍ତା ବାଲିପାଟଣା ଥାନା ସମ୍ମୁଖରେ ପୋଲିସ ବିରୋଧରେ ନାରାବାଜି ଦେବା ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ମାମଲା ରୁଜୁ ସହ ଏତଲା ନକଲ ଦେବାକୁ ଅଡ଼ି ବସିଥିଲେ ଆନ୍ଦୋଳନକାରୀ । ଘଟଣା ସ୍ଥଳରେ ଜୋନ୍ ୪ ଏସିପି ପହଁଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପରେ ଧାରଣା ହଟିଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.