ଆଠଗଡ଼ ୦୯।୦୩ : ଋଣ କରେଇ ଦେବା ନାଁରେ ଠକେଇ ଅଭିଯୋଗ । ଜଣେ ଯୁବକଙ୍କୁ ଧରି ମାଡ଼ ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ । କଟକ ତିଗିରିଆ ହାଟମାଳ ପଞ୍ଚାୟତରେ ଘଟିଛି ଏହି ଘଟଣା । ଅଟକ ଯୁବକ ଜଣକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡିଛି ।
ତିଗିରିଆ ଅଞ୍ଚଳରେ ଘରୋଇ ସଂସ୍ଥା ପକ୍ଷରୁ ଋଣ କରେଇ ଦେବା ନାମରେ ଜଣେ ଯୁବକ ଲୋକଙ୍କ ଠାରୁ ବହୁ ଟଙ୍କା ଠକି ଧରାଛୁଆଁ ଦେଉନଥିଲା । ଲୋକଙ୍କ ଅଭିଯୋଗ ମୁତାବକ ଋଣ ନାଁରେ ଯୁବକ ଜଣଙ୍କ ଲୋକଙ୍କ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ନେଇ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଛି। ଯୁବକ ଜଣଙ୍କ କୌଣସି କାମରେ ତିଗିରିଆ ଶୁଣ୍ଠିପାଳ ଗାଁରେ ବୁଲୁଥିବା ବେଳେ ଲୋକଙ୍କ ହାବୁଡରେ ପଡିଥିଲେ। ପରେ ଗ୍ରାମବାସୀ ତିଗିରିଆ ପୋଲିସକୁ ଡାକି ଯୁବକକୁ ହସ୍ତାନ୍ତର କରିଥିବା ବେଳେ ପୋଲିସ୍ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।