ହ୍ବାଇଟ ହାଉସରେ ପିଏମ ମୋଦୀଙ୍କୁ ଭବ୍ୟ ସ୍ବାଗତ, କହିଲେ– ଏହା ୧୪୦ କୋଟି ଭାରତୀୟଙ୍କୁ ସମ୍ମାନ

Published By : Prameya-News7 Bureau | June 22, 2023 IST

ନୂଆଦିଲ୍ଲୀ, ୨୨/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ହ୍ବାଇଟ ହାଉସ୍‌ ପହଞ୍ଚିଛନ୍ତି। ଏଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଜିଲ ବାଇଡେନ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ଏହି ସମୟରେ ହ୍ବାଇଟ ହାଉସରେ ବାଇଡେନଙ୍କ ବ୍ୟତୀତ ଉପରାଷ୍ଟ୍ରପତି କମଲା ହାରିସ୍‌, ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି।

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ‘‘ଭାରତ ଏବଂ ଆମେରିକା ସବୁ ବିଷୟରେ ମିଳିମିଶି କାମ କରୁଛନ୍ତି। ଯାହା ଭାରତ, ଆମେରିକା ଏବଂ ବିଶ୍ବ ପାଇଁ ବହୁତ ମହତ୍ବପୂର୍ଣ୍ଣ। ଆମେ ଆଜି ଯାହାବି ନିର୍ଣ୍ଣୟ ନେବୁ ତାହା ଆଗାମୀ ପୀଢ଼ିଙ୍କୁ ପ୍ରଭାବିତ କରିବ।’’ ବାଇଡେନ୍‌ କହିଛନ୍ତି ଭାରତ ସହଯୋଗରେ ଆମେ କ୍ବାଡକୁ ମଜବୁତ କରିଛୁ। ସେ ଆହୁରି କହିଛନ୍ତି ଯେ, ସବୁବେଳେ ବିଶ୍ବାସ କରିଛି ଆମେରିକା ଏବଂ ଭାରତ ମଧ୍ୟରେ ଏହି ସଂପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରତ୍ବପୂର୍ଣ୍ଣ ସମ୍ପର୍କ ଏହି ସମ୍ପର୍କ ସ୍ଥାୟୀ। ସେ କହିଛନ୍ତି ଆମେ ଦୁଇ ଗୌରବଶାଳୀ ରାଷ୍ଟ୍ର ତିନି ଶବ୍ଦରେ ଯୋଡ଼ି ହୋଇଛୁ-‘‘ we the people’’.

ବାଇଡେନଙ୍କ ସ୍ବାଗତ ଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭବ୍ୟ ସ୍ବାଗତକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ‘‘ଆଜି ହ୍ବାଇଟ୍‌ ହାଉସରେ ଏହି ଭବ୍ୟ ସ୍ବାଗତ ସମାରୋହ ୧୪୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ।’’ ମୋଦୀ କହିଛନ୍ତି ଯେ, ‘‘ମୁଁ ତିନି ଦଶନ୍ଧି ତଳେ ଆମେରିକା ଆସିଥିଲି ଏବଂ ହ୍ବାଇଟ ହାଉସକୁ ବାହାରୁ ଦେଖିଥିଲି। ମୁଁ ଅନେକ ଥର ଆମେରିକା ଆସିଛି କିନ୍ତୁ ପ୍ରଥମ ଥର ଆମେରିକାରେ ଏତେ ଭାରତୀୟଙ୍କ ପାଇଁ ହ୍ବାଇଟ ହାଉସର କବାଟ ଖୋଲଛି। ପିଏମ ମୋଦୀ କହିଛନ୍ତି ଯେ ଉଭୟ ଦେଶ ଲୋକତାନ୍ତ୍ରିକ ମୂଲ୍ୟ ଉପରେ ଆଧାରିତ। ନିଜ ବିବିଧତାକୁ ନେଇ ଗର୍ବ କରୁଛୁ।’’

ଆହୁରି ପଢ଼ନ୍ତୁ: ଭାରତର ନିକଟତର ହେବାକୁ ଚାହୁଁଛନ୍ତି ପାଶ୍ଚାତ୍ୟ ଦେଶ; ଆମେରିକୀୟ ମିଡିଆରେ ମୋଦୀଙ୍କ ଜୟ-ଜୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.