ନୂଆଦିଲ୍ଲୀ ୧୮/୧୨: ଭାରତୀୟ ଟିମ୍ର ଥିଲେ ସେ ଓପନର । ଦିନେ ସେ ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେ ଆଉ କେହି ନୁହଁନ୍ତି । ସେ ହେଉଛନ୍ତି ବ୍ୟାଟର ପୃଥ୍ୱୀ ଶ’ । ନିକଟରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏବେ ତାଙ୍କୁ ପୁଣିଥରେ ଲାଗିଛି ଝଟକା । ଏହି ଷ୍ଟାର ବ୍ୟାଟରଙ୍କୁ ବିସିସିଆଇର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରୁ ମୁମ୍ବାଇ ବାଦ ଦେଇଛି।
ଦିନିକିଆ ଫର୍ମାଟରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ପରେ ପୃଥ୍ୱୀ ନିଜର ହତାଶା ଭାବ ପ୍ରକାଶ କରିଛନ୍ତି। ନିକଟରେ ପୃଥ୍ୱୀଙ୍କୁ ଆଇପିଏଲ ୨୦୨୫ ଅକ୍ସନ ବେଳେ କୌଣସି ପ୍ରାଞ୍ଚାଇଜ କିଣି ନଥିଲେ। ସେହିପରି ମୁମ୍ବାଇ ଚାମ୍ପିୟନ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଶ’ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଫାଇନାଲରେ ତାଙ୍କ ବ୍ୟାଟରୁ କେବଳ ୧୦ ରନ ବାହାରିଥିଲା।
Prithvi Shaw's Instagram story. pic.twitter.com/PuSjPJdCnO
— Mufaddal Vohra (@mufaddal_vohra) December 17, 2024
ଏବେ ମୁମ୍ବାଇ ତାଙ୍କୁ ବିଜୟ ହଜାରେ ଟ୍ରଫିରୁ ବାଦ ଦେଇ ବଡ଼ ଝଟକା ଦେଇଛି। ମୁମ୍ବାଇ ଟିମରୁ ବାଦ ପଡ଼ିବା ପରେ ପୃଥ୍ୱୀ ଶ’ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ “ହେ ଭାଗବାନ ଆଉ କ’ଣ ସବୁ ମୋତେ ଦେଖିବାର ଅଛି କୁହନ୍ତୁ। ଯଦି ୬୫ ଇନିଂସ, ୩୯୯ ୯ ରନ, ବ୍ୟାଟିଂ ଆଭରେଜ ୫୫.୭ ଓ ଷ୍ଟ୍ରାଇକ ରେଟ ୧୨୬ ଥାଇ ମଧ୍ୟ ମୁଁ ଭଲ ନୁହେଁ। ତା’ହେଲେ ମୁଁ କ’ଣ କରିବି? କିନ୍ତୁ ଆପଣଙ୍କ ଉପରେ ମୋର ଭରସା ରହିଛି। ଆଶା ଲୋକମାନେ ମୋ ଉପରେ ବିଶ୍ୱାସ ଜାରି ରଖିବେ। କାରଣ ମୁଁ ନିଶ୍ଚିତ ଭାବେ କମବ୍ୟାକ କରିବି। ଓମଃ ସାଇ ରାମ।”