ମୁମ୍ଵାଇ ୦୪।୦୪: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ସେ ବିଟାଉନ୍ରେ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏବେ ସେ ହଲିଉଡ୍ରେ ବି ନିଜର ପରିଚୟ ହାସଲ କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ହଲିଉଡ ୱେବ୍ ସିରିଜ୍ 'ସିଟାଡେଲ୍। ଯାହା ' ୨୮ ଏପ୍ରିଲରୁ ପ୍ରିମିୟର ହେବ। ପ୍ରିୟଙ୍କା ଏବେ ଭାରତରେ ଅଛନ୍ତି । ତାଙ୍କ ୱେବ୍ ସିରିଜ୍ ପ୍ରମୋଟ୍ କରିବା ଆରମ୍ଭ କରିଛନ୍ତି। ପ୍ରିୟଙ୍କାଙ୍କ ସହ 'ସିଟାଡେଲ' କୋ-ଷ୍ଟାର ରିଚାର୍ଡ ମ୍ୟାଡେନ୍ ମଧ୍ୟ ଥିଲେ। ଏହି ସମୟରେ ପ୍ରିୟଙ୍କାଙ୍କ ଷ୍ଟାଇଲ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପ୍ରିୟଙ୍କା ସୋମବାର ଅର୍ଥାତ୍ ୩ ଏପ୍ରିଲରେ ମୁମ୍ବାଇରେ ତାଙ୍କ ୱେବ୍ ସିରିଜ୍ 'ସିଟାଡେଲ୍'ର ପ୍ରମୋସନ୍ ଟୁର୍ ଆରମ୍ଭ କରିଛନ୍ତି । ପ୍ରିୟଙ୍କାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କୁ ବହୁତ ବୋଲ୍ଡ ଷ୍ଟାଇଲରେ ଦେଖିବାକୁ ମିଳିଛି। ସେ ଏକ ଡିପ୍ ନେକ୍ ଗାଉନ ସହ ଲାଇଟ୍ ନ୍ୟୁଡ୍ ମେକଅପ୍ ନେଇଥିଲେ । ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପାଗଳ କରିଦେଇଥିଲା
ପ୍ରିୟଙ୍କା 'ସିଟାଡେଲ'ରେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ଟ୍ରେଲରରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ପ୍ରିୟଙ୍କାଙ୍କୁ ଆକ୍ସନ୍ ଅବତାର ଦେଖିବାକୁ ମିଳିବ । ରୁଷୋ ବ୍ରଦର୍ସ ପ୍ରିୟଙ୍କା ଚୋପ୍ରାଙ୍କ ୱେବ୍ ସିରିଜ୍ 'ସିଟାଡେଲ୍' ନିର୍ମାଣ କରିଛନ୍ତି। ଏହି ୱେବ୍ ସିରିଜରେ ରିଚାର୍ଡ ମ୍ୟାଡେନ୍ ଏବଂ ପେଡ୍ରୋ ଲିଏଣ୍ଡ୍ରୋ ମଧ୍ୟ ତାଙ୍କ ସହ ନଜର ଆସିବେ।