ଆଠଗଡ: ଏକ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଥାନା ଆଗରେ ମୃତ ଦେହକୁ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳିତ ଆଦିବାସୀ ମହାସଂଘ । ଗାଁରୁ ଶବ କାନ୍ଧେଇ ୫ କିଲୋମିଟର ଚାଲିଚାଲି ଆସି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଆଦିବାସୀ ଲୋକେ।
ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ଗୁରୁଡିଝାଟିଆ ଥାନା ଓରିଙ୍ଗାବାଡି ଗାଁରେ ଜାଗା ବିବଦାକୁ ନେଇ ଆଦିବାସୀ ଯୁବକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିବା ନେଇ ଗୁରୁଡିଝାଟିଆ ଥାନା ସମ୍ମୁଖରେ ଶବ ରଖି ପ୍ରତିବାଦ କରିଛନ୍ତି। ପରିବାର ଲୋକଙ୍କ ସହ ଏସି ଏସଟି ମହା ସଂଘ ସାମିଲ ହୋଇ ତୁରନ୍ତ ଆଦିବାସୀ ପରିବାରକୁ ନ୍ୟାୟ ଦେବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଦାବି ରଖିଛନ୍ତି।
କଟକ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରିଙ୍ଗାବାଡ଼ି ଗାଁରେ ପାଚେରୀ ନିର୍ମାଣକୁ ଗାଁର କିଛି ଆଦିବାସୀ ଶ୍ରେଣୀର ଲୋକେ ଏହି ନିର୍ମାଣକୁ ବିରୋଧ କରୁଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ମାଡ଼ ମରାମରି ହୋଇଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି ।
ମୃତକ ଜଣକ ହେଲେ ଓରିଙ୍ଗାବାଡ଼ି ଗାଁର ବିକ୍ରମ ଜେରାଇ। ଏହି ଘଟଣା ଘଟାଇ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ଗୁରୁଡ଼ିଝାଟିଆ ଥାନା ଆଗରେ ମୃତ ଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଚୌଦ୍ୱାର ଏସ ଡି ପି ଓ ତାଙ୍କ ସହିତ ଆଲୋଚନା କରୁଛନ୍ତି।