ବାରିପଦା ୨୫।୬: ସରକାରୀ ଜମିରେ ଜବରଦଖଲ ହୋଇଥିବା ଘରଭଙ୍ଗାକୁ ନେଇ ଉତ୍ତେଜନା । ମୟୂରଭଞ୍ଜ କୁଳିଅଣା ତହସିଲଦାରଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଟଣାଓଟରା କରିବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ । ତହସିଲଦାରଙ୍କୁ କୁଳିଅଣା ଥାନା ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡି ନେଲେ ଉତ୍ତ୍ୟକ୍ତ ଗ୍ରାମବାସୀ । କୁଳିଅଣା ଥାନାରେ ଉତ୍ତେଜନା ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକ୍ର ତିତିରି ଅଞ୍ଚଳରେ ସରକାରୀ ଜମି ଜବଦଖଲରେ ଥିବା ଘର ଭାଙ୍ଗିବା ନେଇ ସୂଚନା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩୫ଟି ଭଙ୍ଗାଯିବା ଲାଗି ପୋଲିସ ଫୋର୍ସ ସହିତ ପହଞ୍ଚିଥିଲା ପ୍ରଶାସନ । ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଘର କରି ରହିଥିଲେ ପ୍ରାୟ ୪୨ ପରିବାର । ସପ୍ତାହେ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟି ୧ ମାସ ସମୟ ମାଗିଥିଲେ ଗ୍ରାମବାସୀ । ତେଣୁ ଉଚ୍ଛେଦକୁ ନେଇ ବିରୋଧ ସହ ତାତିଲେ ଗ୍ରାମବାସୀ । ତହସିଲଦାରଙ୍କୁ ମଧ୍ୟ ଗୁହାରି କରି ସମୟ ମାଗିଥିଲେ । ହେଲେ ପ୍ରଶାସନ ନ ମାନିବାରୁ ସବୁ ରାଗ ତହସିଲଦାରଙ୍କ ଉପରେ ସୁଝିଛନ୍ତି ଜବରଦଖଲକାରୀ । ପ୍ରଥମେ ଯୁକ୍ତିତର୍କରୁ ଠେଲାପେଲା ଓ ପରେ ତାଙ୍କୁ ମାଡ଼ ମଧ୍ୟ ମାରିବା ସହିତ ଘଟଣାସ୍ଥଳରୁ ଥାନା ପର୍ଯ୍ୟନ୍ତ ଭିଡ଼ି ନେଇଥିଲେ ଉତ୍ତ୍ୟକ୍ତ ଲୋକେ । ନିଆଁ ଜାଳି ବାଉଁଶ ବାନ୍ଧି ଉତ୍ତ୍ୟକ୍ତ ଲୋକେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ଏନେଇ ପୂର୍ବରୁ ବସବାସ କରୁଥିବା ୧୩୦ଟି ଘରକୁ ନୋଟିସ୍ ଜାରି କରିଥିଲା ପ୍ରଶାସନ ।
You Can Read:
ହାଇଓ୍ବାକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଡ୍ରାଇଭର ଗୁରୁତର