କ୍ୟୁଏସ୍‌ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ରାଙ୍କିଂ-୨୦୨୫, ସମ୍ମାନଜନକ ସ୍ଥାନରେ "ସୋଆ'

Published By : Prameya-News7 Bureau | November 10, 2024 IST

ଭୁବନେଶ୍ୱର ୧୦।୧୧ : ସମ୍ମାନଜନକ କ୍ୟୁଏସ୍‌ ବିଶ୍ୱସ୍ତରୀୟ  ବିଶ୍ୱବିଦ୍ୟାଳୟ ମାନ୍ୟତା(କ୍ୟୁଏସ୍‌  ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଗ-୨୦୨୫) ରେ ଚମକିଲା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଅଞ୍ଚଳ ଭିତ୍ତିରେ ଦକ୍ଷିଣ ଏସିଆ ଏବଂ ଏସିଆ  ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ମହତ୍ତ୍ୱପୂର୍ଣ୍ଣ  ସ୍ଥାନ ହାସଲ କରିଛି । ସେହିପରି  ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ରାଙ୍କିଙ୍ଗରେ ଆହ୍ଲାବାଦସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫରମେସନ୍‌ ଟେକ୍ନୋଲୋଜି(ଆଇଆଇଆଇଟି)ଠୁ  ମଧ୍ୟ ଆଗରେ ରହିଛି ସୋଆ। 

ଦକ୍ଷିଣ ଏସିଆ ନିମନ୍ତେ ଏସିଆ  ୟୁନିଭର୍ସିଟି ରାଙ୍କିଙ୍ଗରେ ସୋଆ ୨୦୨୪ରେ ୧୪୩ ତମ ସ୍ଥାନ ପାଇଥିବା ବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଞ୍ଚିଛି। ଏସିଆ ୟୁନିଭର୍ସିଟି ରାଙ୍କିଗରେ ୨୦୨୪ରେ ସୋଆ ୫୦୧-୫୫୦ ବ୍ରାକେଟରେ ଥିବା ବେଳେ ୨୦୨୫ରେ ଏଥିରେ ଉପରକୁ  ଉଠି ୨୭୮ତମ ସ୍ଥାନରେ ପହଞ୍ଚିଛି ।  କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଗରେ ୨୦୨୪ରେ ସୋଆ ୧୨୦୧-୧୪୦୦ ବ୍ରାକେଟରେ ଥିବାବେଳେ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ଏହି  ସ୍ଥିତିକୁ ବଜାୟ ରଖିଛି ।  

ସେହିପରି ନ୍ୟାସନାଲ  ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନଆଇଆରଏଫ୍‌) ରାଙ୍କିଗରେ ୨୦୨୪ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା। ୨୦୧୬ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏନ୍‌ଆଇଆର୍‌ଏଫ୍‌  ରାଙ୍କିଗରେ ପ୍ରତିଥର ଦେଶର ଶ୍ରେଷ୍ଠ ୨୫  ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନକୁ ସୁଦୃଢ଼ କରିପାରିଛି ସୋଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.