ରାଞ୍ଚି: ଝାଡ଼କଣ୍ଡ ରାଞ୍ଚିରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତର ଟପ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିଛନ୍ତି। ଘରୋଇ ମାଟିରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି ଅଶ୍ୱିନ। ଫଳରେ ଅନିଲ କୁମ୍ବଲେଙ୍କ ଦୀର୍ଘଦିନର ରେକର୍ଡ ଭାଙ୍ଗିଯାଇଛି।
ରାଞ୍ଚିରେ ଖେଳାଯାଉଥିବା ମ୍ୟାଚ୍ରେ ଅଶ୍ୱିନ ରବିବାର ଦୁଇଟି ବଲ୍ରେ ଲଗାତର ଦୁଇଟି ୱିକେଟ୍ ନେଇ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ୱିକେଟ୍ ନେବାରେ ଅଶ୍ୱିନ କୁମ୍ବଲେଙ୍କୁ ଫଛରେ ପକାଇ ଦେଇଛନ୍ତି। କୁମ୍ବଲେ ୬୩ଟି ଘରୋଇ ଟେଷ୍ଟ ମ୍ୟାଚ୍ରେ ୩୫୦ ୱିକେଟ୍ ନେଇଥିଲେ। ହେଲେ ଅଶ୍ୱିନ ୫୯ଟି ଟେଷ୍ଟ ମ୍ୟାଚ୍ରେ ୩୫୪ ୱିକେଟ୍ ନେଇ ନମ୍ବର ୱାନ୍ ହୋଇଯାଇଛନ୍ତି। ଘରୋଇ ଟେଷ୍ଟରେ ଅଶ୍ୱିନ ୩୫୦ ୱିକେଟ୍ ନେଇଥିବା ବିସିସିଆଇ ପକ୍ଷରୁ ମଧ୍ୟ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି।
wp:html/wp:htmlAnother day, another landmark! 🙌 🙌
— BCCI (@BCCI) February 25, 2024
With that Ben Duckett wicket, R Ashwin completed 3⃣5⃣0⃣ Test wickets in India 👍 👍
Follow the match ▶️ https://t.co/FUbQ3Mhpq9 #TeamIndia | #INDvENG | @IDFCFIRSTBank pic.twitter.com/2hHY2Ohq7p
ପଢ଼ନ୍ତୁ-ଅଶ୍ଵିନ ଓ କୁଲଦୀପଙ୍କ ଜାଲରେ ଫସିଲା ଇଂଲଣ୍ଡ, ଭାରତ ହାତ ମୁଠାରେ ରାଞ୍ଚି ଟେଷ୍ଟ
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଅଶ୍ୱିନ ବେନ୍ ଡକେଟ୍ଙ୍କୁ ଆଉଟ୍ କରିବା ପରେ ଏହି ରେକର୍ଡ କରିଥିଲେ। ଏଥିସହିତ ମୁଥୟା ମୁରଲୀ ଧରନ, ଜେମ୍ସ ଆଣ୍ଡର୍ସନ, ଷ୍ଟୁଆର୍ଟ ବ୍ରୋଡ୍ ଓ କୁମ୍ବଲେଙ୍କ ପରେ ଘରୋଇ ମାଟିରେ ୩୫୦ରୁ ଅଧିକ ୱିକେଟ୍ ନେବାରେ ସଫଳ ହୋଇଛନ୍ତି ଅଶ୍ୱିନ।
ଘରୋଇ ଟେଷ୍ଟ ମ୍ୟାଚ୍ରେ ୩୫୦ରୁ ଅଧିକ ୱିକେଟ୍ ନେଇଥିବା ବୋଲର
ମୁଥୟା ମୁରଲୀଧରନ୍ - ୭୩ ଟେଷ୍ଟରୁ ୪୯୩ ୱିକେଟ୍।
ଜେମ୍ସ ଆଣ୍ଡରସନ୍ - ୧୦୫ ଟେଷ୍ଟରୁ ୪୩୪ ୱିକେଟ୍।
ଷ୍ଟୁଆର୍ଟ ବ୍ରଡ୍ - ୯୮ ଟେଷ୍ଟରୁ ୩୯୮ ୱିକେଟ୍।
ଆର ଅଶ୍ୱିନ୍ - ୫୯ ଟେଷ୍ଟରୁ ୩୫୪ ୱିକେଟ୍।
ଅନିଲ କୁମ୍ବଲେ - ୬୩ ଟେଷ୍ଟରୁ ୩୫୦ ୱିକେଟ୍।
ସର୍ବାଧିକ ଥର ୫ ୱିକେଟ୍ ନେବାରେ ରେକର୍ଡ
ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ଥର ୫ ୱିକେଟ୍ ନେବାରେ ମଧ୍ୟ ଅଶ୍ୱିନି ରେକର୍ଡ କରିଛନ୍ତି। ରବିବାର ରାଞ୍ଚିରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ଅଶ୍ୱିନ ୫୧ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଏହାକୁ ମିଶାଇ ସେ ୩୫ ଥର ୫ଟି ୱିକେଟ୍ ନେଲେଣି। ଏଥିରେ ମଧ୍ୟ ସେ ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ତେବେ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ଥର ୫ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୁରଲୀ ଧରନ ନମ୍ବରୱାନ୍ରେ ରହିଛନ୍ତି।
ଅଧିକ ଥର ୫ ୱିକେଟ୍ ନେଇଥିବା ବୋଲର
ମୁଥୟା ମୁରଲୀଧରନ୍ - ୧୩୩ ମ୍ୟାଚ୍ରେ ୬୭ ୱିକେଟ୍
ଶେନ୍ ୱାର୍ଣ୍ଣ- ୧୪୫ ମ୍ୟାଚ୍ରେ ୩୭ ୱିକେଟ୍
ରିଚାର୍ଡ ହାଡ୍ଲୀ- ୮୬ ମ୍ୟାଚ୍ରେ ୩୬ ୱିକେଟ୍
ଆର୍ ଅଶ୍ୱିନ- ୯୯ ମ୍ୟାଚ୍ ୩୫ ୱିକେଟ୍
ଅନିଲ କୁମ୍ବଲେ ୧୩୨ ମ୍ୟାଚ୍ ୩୫ ୱିକେଟ୍