ମୁମ୍ୱାଇ ୧୨/୧୦: ବଲିଉଡ୍ର ବିବାଦୀୟ ବିଷୟ ଇନ୍ସାଇଡର୍-ଆଉଟସାଇଡର୍ ଉପରେ ଖୋଲା କଥା ହୋଇଛନ୍ତି ‘ସର୍ଫିରା’ ନାୟିକା ରାଧିକା ମଦାନ । ଏକ ସାକ୍ଷାତକାରରେ ସେ କହିଛନ୍ତି, ଷ୍ଟାର୍କିଡ୍ଙ୍କୁ ଶିଖିବାକୁ ୨-୩ ବା ତା’ଠୁ ଅଧିକ ଫିଲ୍ମ ମିଳେ । କିନ୍ତୁ ନୂଆ କଳାକାର ବା ବାହାରୁ ବଲିଉଡ୍କୁ ଆସିଥିବା କଳାକାରଙ୍କୁ ଗୋଟିଏ ଭୁଲ ପରେ ବହିଷ୍କାର କରିଦିଆଯାଏ ।
ରାଧିକା କହିଛନ୍ତି, ଅନ୍ୟ ଇଣ୍ଡଷ୍ଟ୍ରି ଭଳି ବଲିଉଡ୍ରେ ପ୍ରିୟାପ୍ରୀତି ରହିଛି । ଷ୍ଟାର୍କିଡ୍ଙ୍କ ମାମଲାରେ, ପ୍ରଥମ ଫିଲ୍ମରେ ଭଲ ପ୍ରଦର୍ଶନ ନ କଲେ ମଧ୍ୟ ସେମାନଙ୍କୁ ଆହୁରି ୨-୩ଟି ଫିଲ୍ମରେ ସୁଯୋଗ ମିଳେ । କିନ୍ତୁ ତାଙ୍କ ଭଳି ବାହାରୁ ଆସୁଥିବା କଳାକାରଙ୍କଠୁ ଗୋଟିଏ ତ୍ରୁଟି ବିନା ସେଟ୍କୁ ଆସିବାକୁ ଆଶା କରାଯାଏ । ପ୍ରଥମ ଫିଲ୍ମରେ ଯଦି ସେମାନଙ୍କର ଗୋଟିଏ ଛୋଟ ଭୁଲ ହୋଇଯାଏ, ତେବେ ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଏ ।
ନିର୍ମାତା-ନିର୍ଦ୍ଦେଶକ କହନ୍ତି ‘ତୁମେ ଅଭିନୟ କରିପାରିବ ନାହିଁ । ଆମେ ତୁମକୁ ଗୋଟିଏ ସୁଯୋଗ ଦେଲୁ, ଏବେ ତୁମେ ବାହାରିଯାଅ ।’ ଉଦାହରଣ ରୂପେ ସେ ନିଜ କଥା କହିଛନ୍ତି, ପ୍ରଥମ ଭୁଲ ପାଇଁ ତାଙ୍କୁ ତୁରନ୍ତ ପ୍ରତ୍ୟାଖ୍ୟାନ କରାଯାଇଛି । ଏମିତିକି ଆଉ କିଛି ପ୍ରୋଜେକ୍ଟରେ ତାଙ୍କ ପ୍ରତିଭାର ପ୍ରମାଣ ଦେବାକୁ ସୁଯୋଗ ମଧ୍ୟ ଦିଆଯାଇ ନାହିଁ ।
ଏହି ଧାରା ସବୁ କ୍ଷେତ୍ରରେ ଚାଲିଥିବାରୁ ଯଦିଓ ସେ ଖାପଖୁଆଇ ସାରିଛନ୍ତି, କିନ୍ତୁ ଏହା ଠିକ୍ ନୁହେଁ ବୋଲି ରାଧିକା କହିଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ‘ସର୍ଫିରା’ରେ ଅକ୍ଷୟ କୁମାରଙ୍କ ସହ ସେ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସ୍ରେ ବିଫଳ ହୋଇଥିଲା ।