ରାଜ୍ୟର ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ପୁରୀରେ ସର୍ବାଧିକ

Published By : Prameya-News7 Bureau | June 23, 2024 IST

ଭୁବନେଶ୍ୱର ୨୩।୦୬: ମୌସୁମୀ ସକ୍ରିୟ ପରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିବଆଗ ପୂର୍ବାନୁମାନ କରିଛି । ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା ହେବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୫ରୁ ବର୍ଷା ପରିମାଣ ବଢିବ ବୋଲି ଆକଳନ କରାଯାଇଛି । 

ତେବେ ଚଳିତ ମାସରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଆସନ୍ତା ୧୦ ଦିନରେ ହାରାହାରି ୫୧ ମିଲିମିଟର ବର୍ଷା ହେବ । ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ନାହିଁ । ଏଥିପାଇଁ ମୌସୁମୀ ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା ନାହିଁ । ରାଜ୍ୟର ୨୨ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ସ୍ଥିତି ଦେଖା ଦେଇଛି। ୫ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଅତି ଉତ୍କଟ ରହିଛି। ୧୭ ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମାତ୍ର ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ପୁରୀରେ ସର୍ବାଧିକ ସ୍ଵାଭାବିକ ଠାରୁ ୭୧ ପ୍ରତିଶତ କମ ବର୍ଷା ହୋଇଛି। ମୟୂରଭଞ୍ଜରେ ୬୮ ପ୍ରତିଶତ କମ, ବାଲେଶ୍ଵରରେ ୬୩ ପ୍ରତିଶତ କମ ରହିଛି। 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.