ଆସନ୍ତା ୧୯ ରୁ ୨୨ ରାଜ୍ୟରେ ମଧ୍ୟମ ଧରଣର ବର୍ଷା, ଦୁଇ ଦିନ ପରେ ବଢିବ ରାତି ତାପମାତ୍ରା

Published By : Prameya-News7 Bureau | February 15, 2025 IST

ଭୁବନେଶ୍ୱର,୧୫/୦୨: ରାଜ୍ୟରେ ଆସନ୍ତା ୪ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ।  ୧୯ରୁ ୨୨ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରାଯାଇଛି।

ଆସନ୍ତା  ୧୯ ଓ ୨୨ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୯ ତାରରେ ୮ ଜିଲ୍ଲାରେ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାକୁ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ,ଢ଼େଙ୍କାନାଳ ରହିଛି। ସେହି ଭଳି ୨୦  ଓ ୨୧ ତାରିଖରେ  ୧୭ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । 

୨୨ ତାରିଖରେ ୧୧ ଜିଲ୍ଲାକୁ  ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୪ ଦିନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ଆକଳନ କରାଯାଇଛି । ସେହିଭଳି ୨ ଦିନ ପରେ ରାତି ତାପମାତ୍ରା  ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି  ଭାରତୀୟ ପାଣିପାଗ ବିଭାଗ  ପୂର୍ବାନୁମାନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.