ମୁମ୍ଵାଇ ୧୯।୦୨: ବଲିଉଡ୍ ଫିଲ୍ମ 'କ୍ରିସ୍-୪'କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ହ୍ରିତିକ୍ ରୋଶନଙ୍କ ଅଭିନୀତ ଏହି ଫିଲ୍ମ ବିଷୟରେ ପ୍ରତିଦିନ ଅନେକ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । 'କ୍ରିସ୍-୪' ରେ ଅଭିନେତ୍ରୀଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି । ଯାହା ବିଷୟରେ ହ୍ରିତିକ୍ଙ୍କ ବାପା ଏବଂ ଫିଲ୍ମର ନିର୍ଦ୍ଦେଶକ ରାକେଶ ରୋଶନ ନିଜେ ନିଶ୍ଚିତ କରିଛନ୍ତି।
ନିକଟରେ ରାକେଶ ରୋଶନ ଏହି ଡକ୍ୟୁମେଣ୍ଟ-ସିରିଜ ପାଇଁ ଏକ ସକ୍ସେସ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ଏହି ପାର୍ଟିରେ ରାକେଶ ରୋଶନଙ୍କ ସହ ବରିଷ୍ଠ ଅଭିନେତ୍ରୀ ରେଖା ମଧ୍ୟ ଦେଖାଯାଇଥିଲେ ଏବଂ ଏହି ସମୟରେ ପାପାରାଜିମାନେ ରାକେଶଙ୍କୁ କ୍ରିସ୍ ୪ ରେ ରେଖାଙ୍କ ଏଣ୍ଟ୍ରି ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ ସେ ରାଜି ହୋଇ କହିଲେ ଯେ ଆଗାମୀ ଫିଲ୍ମରେ ସବୁକିଛି ଅଛି ଯାହା ଆପଣ ରିଲିଜ ପରେ ଦେଖିପାରିବେ ।
ରାକେଶ ରୋଶନଙ୍କ ଏହି ବକ୍ତବ୍ୟରୁ, ଏହା ସ୍ପଷ୍ଟ ଯେ ଆପଣ ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ କ୍ରିସ୍ ୪ ରେ ରେଖାଙ୍କ ଝଲକ ଦେଖିବାକୁ ପାଇବେ । ରେଖା "କୋଇ ମିଲ୍ ଗୟା ହୈ"ରେ ମଧ୍ୟ ନଜର ଆସିଥିଲେ । ଆଶା କରାଯାଉଛି ଯେ କ୍ରିସ୍ ୪ରେ ସେ ପୁଣି ଥରେ ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ଫ୍ୟାନ୍ସଙ୍କ ହୃଦୟ ଜିତିବେ । ଏହି ଫିଲ୍ମକୁ ଏକ ବିଗ୍ ବଜେଟ୍ରେ ପ୍ରସ୍ତୁତ କରାଯିବ । ତେବେ ଫିଲ୍ମର ତୃତୀୟ ଭାଗ ଯେଉଁଠୁ ଶେଷ ହୋଇଥିଲା କ୍ରିସ୍ ୪ର କାହାଣୀ ସେହିଠାରୁ ଆରମ୍ଭ ହେବ ।
କିନ୍ତୁ ଏହି ଫିଲ୍ମରେ ଅନେକ ଟ୍ୱିଷ୍ଟ୍ ଦେଖିବାକୁ ମିଳିବ । ଅନ୍ୟପଟେ ଫିଲ୍ମରେ ଏଭଳି କିଛି ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିବ, ଯାହାକୁ ଦର୍ଶକେ ପୂର୍ବରୁ କେବେ ଦେଖି ନ ଥିବା କୁହାଯାଉଛି । ନିର୍ଦ୍ଦେଶକ ରାକେଶ ରୋଶନ ଫିଲ୍ମର କାହାଣୀ ଲେଖୁଛନ୍ତି ଏବଂ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କାମ ଜାରି ରଖିଛନ୍ତି । ତେବେ ଫିଲ୍ମର ରିଲିଜ ଡେଟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ଅନ୍ୟପଟେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ ।