ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜାରୀ, ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶନିବାର ପୁରୁଲିଆ ଜିଲ୍ଲାରେ ସାଧୁଙ୍କ ଉପରେ ଆକ୍ରମଣକୁ ନନ୍ଦା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଏହାସହ ପଶ୍ଚିମବଙ୍ଗରେ ଧାର୍ମିକ ଶୋଭାଯାତ୍ରା ଉପରେ ଆକ୍ରମଣ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗେରୁଆ ରଙ୍ଗକୁ ଦେଖିଲେ ରାଗି ଯାଆନ୍ତି ।
ରାମ ମନ୍ଦିର ମୁଖ୍ୟ ପୂଜାରୀ କହିଛନ୍ତି, 'କେହି ଜଣେ ମମତା ବାନାର୍ଜୀଙ୍କୁ ମୁମତାଜଦ ଖାନ ନାଁ ଦେଇଥିଲେ । ସେଠାରେ ରାମନବମୀ ଶୋଭାଯାତ୍ରା ଏବଂ ଅନ୍ୟ ଧାର୍ମିକ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଛି । ଯେତେବେଳେ ସେ ଗେରୁଆ ରଙ୍ଗ ଦେଖନ୍ତି, ତ ତାଙ୍କୁ ରାଗ ଆସିଯାଏ ଏବଂ ଏହି କାରଣରୁ ସେ ଆକ୍ରମଣ କରାନ୍ତି...ଆକ୍ରମଣର ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ'।
ପଢନ୍ତୁ: ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ଉଦଘାଟନର ନାଟକ କରୁଛି ବିଜେପି: ମମତା ବାନାର୍ଜୀ
ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ସାଧୁଙ୍କ ଉପରେ ଏକ ଗୋଷ୍ଠୀ ଦ୍ୱାରା ଆକ୍ରମଣର ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭୀୟ ଦାବି କରିଛନ୍ତି ଯେ ଆକ୍ରମଣକାରୀ ଟିଏମସି ସହ ଜଡ଼ିତ ଅପରାଧୀ । ସେ ଦାବି କହିଛନ୍ତି, 'ମମତା ବାନାର୍ଜୀଙ୍କ ଶାସନରେ ଶାହଜହାଁ ଶେଖ ପରି ଆତଙ୍କବାଦୀଙ୍କୁ ରାଜ୍ୟରେ ସୁରକ୍ଷା ମିଳୁଛି ଏବଂ ସାଧୁଙ୍କୁ ହତ୍ୟା କରାଯାଉଛି । ପଶ୍ଚିମବଙ୍ଗରେ ହିନ୍ଦୁ ହେବା ଏବେ ଅପରାଧ'।
ପୁରୁଲିଆ ଏସପି ଅଭିଜିତ ବାନାର୍ଜୀ ଏହି ଘଟଣା ଉପରେ ବୟାନ ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ସନ୍ଧିଗ୍ଧଙ୍କୁ ଗିରଫ କରାଯାଇଛି । ତାଙ୍କ କହିବା ଅନୁସାରେ, ସାଧୁମାନେ ଏକ ଗାଡ଼ିରେ ଯାତ୍ରା କରୁଥିଲେ । ଏହି ସମୟରେ ସେ ପୂଜା ପାଇଁ ସ୍ଥାନୀୟ କାଳୀ ମନ୍ଦିର ଯାଉଥିବା ତିନି ଯୁବତୀଙ୍କ ନିକଟରେ ଅଟକି କିଛି ପଚାରିଥିଲେ । ତେବେ ଭାଷାକୁ ନେଇ କିଛି ଭୁଲ ବୁଝାମଣା ଯୋଗୁଁ ସାଧୁମାନେ ପିଛା କରୁଥିବା ଯୁବତୀ ଭାବିଥିଲେ ।