ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ରଣବୀର-ଆଲିଆ, ଫଟୋ ଦେଖି ଫ୍ୟାନ୍ସ କହିଲେ- ବେବି ରାହା କେଉଁଠି...

Published By : Prameya-News7 Bureau | September 24, 2024 IST

ମୁମ୍ଵାଇ ୨୪।୦୯: ବଲିଉଡ ଅଭିନେତା ରଣବୀର କପୁର। ଫିଲ୍ମ ଆନିମଲ ପରେ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ସେ ବ୍ୟସ୍ତ ଥିଲେ। ଯେଉଁଥିରେ ରାମାୟଣରେ ଲିଡ୍‌ ଅଛନ୍ତି।ରଣବୀର କପୁର ଏହି ଚଳଚ୍ଚିତ୍ର ପାଇଁ ନିରନ୍ତର ପରିଶ୍ରମ କରୁଛନ୍ତି।  ଦୀର୍ଘ ସମୟ ପରେ ରଣବୀର କାମରୁ ଛୁଟି ପାଇଛନ୍ତି ଏବଂ ସେ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ପ୍ୟାରିସ ଯିବାକୁ ପ୍ଲାନିଂ କରିଥିଲେ। ରଣବୀର କପୁର ଏବଂ ଆଲିଆ ଭଟ୍ଟ ବର୍ତ୍ତମାନ ବିଦେଶରେ ଛୁଟିଦିନ କାଟୁଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ରଣବୀର ଏବଂ ଆଲିଆ ଏକାଠି ନଜର ଆସିଛନ୍ତି।

ଅଭିନେତା ରଣବୀର ଦୀର୍ଘ ଦିନ ଧରି ରାମାୟଣ ଚଳଚ୍ଚିତ୍ରର ଲୁକ୍ ବଜାୟ ରଖିଥିବାରୁ ସେ ଏବେ କ୍ଲିନ୍‌ ସେଭ୍‌ ଥିଲେ। ରଣବୀର ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ସହ ରାମାୟଣରେ ନଜର ଆସିବେ । ଏବେ ପ୍ୟାରିସରେ ଛୁଟି କାଟୁତିବା ବେଳେ ରଣବୀରଙ୍କ ଲୁକ୍‌ ବଦଳିଥିବା ପରି ଲାଗୁଛି। ଯେଉଁ କାରଣରୁ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ରାମାୟଣଙ୍କ ଚରିତ୍ରକୁ କିଛି ଦିନ ବିରତି ଦେଇଛନ୍ତି ଏବଂ ତାଙ୍କ ପତ୍ନୀଙ୍କ ସହ ପ୍ୟାରିସରେ ଛୁଟି କାଟୁଛନ୍ତି। 

ଅଭିନେତ୍ରୀ ଆଲିଆ ଖୁବ ଶୀଘ୍ର କରଣ ଜୋହରଙ୍କ ଦ୍ୱାରା ନିର୍ମିତ ତାଙ୍କ ନୂଆ ଚଳଚ୍ଚିତ୍ର ଜିଗ୍ରାରେ ନଜର ଆସିବେ। ଫିଲ୍ମ ଜିଗ୍ରା ପ୍ରମୋସନ ପାଇଁ ଆଲିଆ ଭଟ୍ଟ ଏବଂ କରଣ ଜୋହର ମଧ୍ୟ କିଛି ଦିନ ପୂର୍ବରୁ କପିଲ ଶର୍ମାଙ୍କ ସୋ’କୁ ଯାଇଥିଲେ। ଜିଗ୍ରା ଫିଲ୍ମରେ ଆଲିଆ ଭଟ୍ଟ ତାଙ୍କ ଭାଇଙ୍କ ପାଇଁ ସମୟ ବିରୁଦ୍ଧରେ ଲଢୁଥିବା ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.