୩୮ ବର୍ଷରେ ମାଆ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲା ରାଜକୁମାରୀ

Published By : Prameya-News7 Bureau | September 08, 2024 IST

ମୁମ୍ଵାଇ ୦୮।୦୯: ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ବର୍ତ୍ତମାନ ସେ ଗୁଡନ୍ୟୁଜ୍‌ ଦେଇଛନ୍ତି। ଦୀପିକା ମାଆ ହୋଇଛନ୍ତି । ତାଙ୍କ ଘରକୁ ଲକ୍ଷ୍ମୀ ଆସିଛି। ପାଦୁକୋନ୍‌ ଏବଂ ସିଂ ପରିବାରର ଅପେକ୍ଷା ଶେଷ ହୋଇଛି । ବିବାହର ୬ ବର୍ଷ ପରେ ଅଭିନେତ୍ରୀ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଦୀପିକା ଓ ରଣବୀରଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। 

ଦୀପିକା ପଦୁକୋନ୍‌ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ନେଇ ସୋସିଆଲ ମିଡିଆରେ ଆଉକାଉଣ୍ଟ ଭାଇରାଲ ଭାୟାନି ସୂଚନା ଦେଇଛି। ହେଲେ ଏପର୍ଯ୍ୟନ୍ତ ରଣଭୀର କିମ୍ବା ଦୀପିକାଙ୍କ ପକ୍ଷରୁ କୌଣସି ଅଫିସିଆଲ୍ ସୂଚନା ମିଳିନାହିଁ। 

ଶନିବାର ଦୀପିକା ପଦୁକୋନ ଗଣେଶ ଚତୁର୍ଥୀ ଅବସରରେ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରିଥିଲେ । ପରେ ତାଙ୍କୁ ସନ୍ଧ୍ୟାରେ ମୁମ୍ବାଇର H.N ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରଶଂସକମାନେ ଗୁଡନ୍ୟୁଜକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଶେଷରେ ଖୁସି ଖବର ଆସିଛି। ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।  ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ପିତାମାତା ହୋଇଛନ୍ତି। ଦୁହିଁଙ୍କ ଖୁସି କହିଲେ ନସରେ । କହିବାକୁ ଗଲେ ରଣଭୀର ପୁରୁଣା ସାକ୍ଷାତକାରରେ କହିଥିଲେ କି ସେ ପ୍ରଥମରୁ ଝିଅ ଚାହୁଁଥିଲେ । ବର୍ତ୍ତମାନ ଭଗବାନ ତାଙ୍କ ଇଚ୍ଛା ପୂରଣ କରି ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.