ମୁମ୍ଵାଇ ୧୮।୦୨; ବଲିଉଡ୍ର ବାଜିରାଓ ରଣବୀର ସିଂ । ତାଙ୍କ କିଲର ଲୁକ୍ ସମସ୍ତଙ୍କୁ ବେଶ୍ ପସନ୍ଦ । ବର୍ତ୍ତମାନ ରଣବୀର ତାଙ୍କ ଅପକମିଂ ଫିଲ୍ମ ଧୁରନ୍ଧରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିର୍ମାତା ଆଦିତ୍ୟ ଧରଙ୍କ ଟିମ୍ ସହ ସୁଟିଂରେ ବ୍ୟସ୍ତ ଅଛନ୍ତି । ଗତ ଜୁଲାଇ ମାସରୁ ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଏବେ ଫିଲ୍ମକୁ ନେଇ ଆସିଛି ଅପଡେଟ୍। ଯାହାକୁ ଶୁଣିବା ପରେ ଦର୍ଶକମାନଙ୍କ ଖୁସି ଦ୍ଵିଗୁଣ ହୋଇଯିବ ।
କାରଣ ଫିଲ୍ମରେ ଏପରି କଳାକାରମାନଙ୍କୁ ଏକା ସହିତ ଦେଖିବାକୁ ମିଳିବ। ଯେଉଁମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଅକ୍ଷୟ ଖନ୍ନା , ସଞ୍ଜୟ ଦତ୍ତ, ଅର୍ଜୁନ୍ ରାମପାଲ, ଆର ମାଧବନ , ୟାମି ଗୌତମ । ଫିଲ୍ମରେ ରହିଛି ଜବରଦସ୍ତ ଆକ୍ସନ ସିନ୍ । ମୁମ୍ଵାଇ ସିଡ୍ୟୁଲୀରେ କିଛି ହାଇ ଆକ୍ସନ ସିକ୍ଵେନ୍ସ ଉପରେ କେନ୍ଦ୍ରିତ ହୋଇଛି । ପ୍ରଯୋଜନା ସଂସ୍ଥା ମଧ୍ୟ ଅନ୍ଧେରୀରେ ସୁଟ୍ କରିବା ପାଇଁ ଏକବଡ ସେଟ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ରଣବୀରଙ୍କର କିଛି ଦମ୍ଦାର ସିନ୍ ଅଛି। ଯେଉଁଥିରେ ଅକ୍ଷୟ ଖାନ୍ନା ଓ ରଣବୀର ସିଂ ମଧ୍ୟ ଆକ୍ସନ ରହିଛି।
ଅନ୍ୟ ଅଭିନେତାମାନେ ପରବର୍ତ୍ତି ସପ୍ତାହରେ ସୁଟିରେ ସାମିଲ ହେବେ । ରଣବୀରଙ୍କୁ ନେଇ ଅମୃତସରରେ ହୋଇଥିବା ସୁଟିଂ ଉପରେ ରାୟ ଦେଇ ଆଦିତ୍ୟ ତାଙ୍କର ଅଭିନୟଙ୍କୁ ପ୍ରଶଂସା କରିଛନ୍ତି । ସୁଟିଂ ପୂରା କରିବା ପରେ ପୁରା ଧୁରନ୍ଧର ଟିମ୍ ସ୍ଵର୍ଣ୍ଣ ମନ୍ଦିର ଯାଇ ଦର୍ଶନ କରିଥିଲା । ୱାର୍କ ପ୍ରଣ୍ଟ ଦୃଷ୍ଟିରୁ ରଣବୀର ସିଂ ଆଗାମୀ ଦିନରେ ଡନ୍-୩, ତଖତ୍, ଶିମ୍ଵା-୨, ଅନ୍ଦାଜ ଅପନା ଅପନା-୨ , ବେଲପାରୀ ଆଦି ଫିଲ୍ମରେ ନଜର ଆସିବେ ।