ରାନ୍ୟାଙ୍କ ବାପା ଆଇପିଏସ ରାମଚନ୍ଦ୍ର ରାଓଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲେ କର୍ଣ୍ଣାଟକ ସରକାର

Published By : Prameya-News7 Bureau | March 15, 2025 IST

indiatoday

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଅଭିଯୁକ୍ତ ରନ୍ୟା ରାଓଙ୍କ ସାବତ ବାପା, କର୍ଣ୍ଣାଟକର ଡିଜିପି ରାଙ୍କ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ଶନିବାର ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି। ରାନ୍ୟାଙ୍କ ବାପା ଆଇପିଏସ ଅଧିକାରୀ ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୋଲିସ ହାଉସିଂ ଏବଂ ଭିତ୍ତିଭୂମି ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

ରନ୍ୟା ରାଓଙ୍କୁ ମାର୍ଚ୍ଚ ୩ ତାରିଖରେ ଦୁବାଇରୁ ଫେରିବା ସମୟରେ ବେଙ୍ଗାଲୁରୁ ବିମାନବନ୍ଦରରେ ସୁନା ସ୍ମଗଲିଂ ଅଭିଯୋଗରେ ଗିରଫ ଗିରଫ କରାଯାଇଥିଲା। ତାଙ୍କ ଠାରୁ ୧୨.୫୬ କୋଟି ଟଙ୍କା ମୂଲ୍ୟର ୧୪.୨ କିଲୋ ସନା ଜବତ କରାଯାଇଥିଲା। ଅଭିନେତ୍ରୀଙ୍କୁ ସହାୟତା କରିଥିବା ପ୍ରୋଟୋକଲ ଅଧିକାରୀମାନେ ଏନେଇ ତଦନ୍ତକାରୀ ଅଫିସରମାନଙ୍କୁ କହିଥିଲେ ଯେ ସେମାନେ ଡିଜିପି ରାଓଙ୍କ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଅନୁଯାୟୀ ରାନ୍ୟାଙ୍କୁ ସହଯୋଗ କରିଥିଲେ।  

ମାମଲାର ତଦନ୍ତ କରୁଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଶୁକ୍ରବାର ଦିନ ସ୍ୱତନ୍ତ୍ର କୋର୍ଟକୁ ସୂଚନା ଦେଇଛି କହିଛନ୍ତି ଯେ ତଦନ୍ତରେ ଏପର୍ଯ୍ୟନ୍ତ ସୁନା ଚୋରା ଚାଲାଣ ପାଇଁ ଏକ "ସୁନ୍ଦର ପଦ୍ଧତି" ସେମାନେ ପାଇଛନ୍ତି।  ରାଜ୍ୟ ପୋଲିସ ପ୍ରୋଟୋକଲ ଅଫିସରଙ୍କୁ ବ୍ୟବହାର କରି ଏସବୁ କାର୍ଯ୍ୟ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଉ ଏଥିରେ ଏକ ବଡ଼ ଗ୍ୟାଙ୍ଗ ରହିଛି ବୋଲି ଡିଆରଆଇ କହିଛି। 

ପଢନ୍ତୁ- ଭାଷା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲେ ପବନ କଲ୍ୟାଣ, ଜାଣନ୍ତୁ କହିଲେ କ’ଣ?

ଏପଟେ ଝିଅ ରାନ୍ୟା ଗିରଫ ହେବା ପରେ ତାଙ୍କ ଆଇପିଏସ ବାପା ନିଜକୁ ଝିଅର କାର୍ଯ୍ୟକଳାପରୁ ଦୂରେଇ ରଖିଥିଲେ। ଏବଂ କହିଥିଲେ ଯେ ସେ ଜଣେ ହୃଦୟ ଭାଙ୍ଗିଯାଇଥିବା ଅଭିଭାବକ। ଚୋରା ଚାଲାଣ କାର୍ଯ୍ୟକଳାପରେ ଝିଅର ସମ୍ପୃକ୍ତି ବିଷୟରେ ସେ ଅଜ୍ଞ ଥିଲେ। ତାଙ୍କ ଗିରଫଦାରୀ ବିଷୟରେ କେବଳ ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଜାଣିବାକୁ ପାଇଥିଲେ। କାରଣ ମୋର ଦ୍ୱିତୀୟ ବିବାହ ପରେ ଝିଅ ଅଲଗା ରହୁଥିଲେ ବୋଲି ଆଇପିଏସ ଅଧିକାରୀ କହିଥିଲେ। 

ହେଲେ କେମ୍ପେଗୌଡା ବିମାନବନ୍ଦର ପୋଲିସ ଷ୍ଟେସନରେ କାର୍ଯ୍ୟରତ କନଷ୍ଟେବଳ, ଯିଏ ପ୍ରୋଟୋକଲ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ, ସେ ଡିଆରଆଇ ଅଧିକାରୀମାନଙ୍କୁ କହିଛନ୍ତି ଯେ ସେ କେବଳ ରାମଚନ୍ଦ୍ର ରାଓଙ୍କ ସିଧାସଳଖ ନିର୍ଦ୍ଦେଶ ପାଳନ କରିଥିଲେ। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଆଧାରରେ ରନ୍ୟା ରାଓଙ୍କୁ ବିମାନବନ୍ଦରରୁ ବାହାର କରିବା ତାଙ୍କର କର୍ତ୍ତବ୍ୟ ଥିଲା ବୋଲି କନଷ୍ଟେବଲ କହିଛନ୍ତି। ବିମାନବନ୍ଦରରେ ପୋଲିସ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ସରକାର ସିଆଇଡି ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ, ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା।

ରାନ୍ୟାଙ୍କ ବାପା ରାମଚନ୍ଦ୍ର ରାଓଙ୍କ କ୍ୟାରିଅର ଅନେକ ବିବାଦ ଦ୍ୱାରା ପ୍ରଭାବିତ ହୋଇଛି। ୨୦୧୪ ମସିହାରେ, ସେ ଏକ ହାୱାଲା ଦୁର୍ନୀତିରେ ଜଡିତ ଥିଲେ, ତାଙ୍କ ଉପରେ ୨.୦୭ କୋଟି ଟଙ୍କା ହଡପ ଏବଂ ହେରଫେର ଅଭିଯୋଗ ଆସିଥିଲା, ଯାହା ଫଳରେ ତାଙ୍କୁ ମହୀଶୂର ରେଞ୍ଜର ପୋଲିସ ମହାନିରୀକ୍ଷକ ପଦରୁ ହଟାଇ ଦିଆଯାଇଥିଲା। ପରେ ଏକ ନକଲି ଏନକାଉଣ୍ଟର ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ସିଆଇଡି ଦ୍ୱାରା ତାଙ୍କୁ ପଚରାଉଚରା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.