ନୂଆଦିଲ୍ଲୀ: ଲସ୍କର-ଏ-ତୈବା ଆତଙ୍କବାଦୀ ଅବୁ କତାଲକୁ ହତ୍ୟା । ଶନିବାର ରାତି ବିଳମ୍ବିତ ରାତିରେ ପାକିସ୍ତାନରେ ହତ୍ୟା ହୋଇଥିବା ସୂଚନା । ୨୬/୧୧ ମୁମ୍ବାଇ ଆଟାକ୍ ମାଷ୍ଟରମାଇଣ୍ଡ ହାଫିଜ୍ ସାଈଦ୍ର ଘନିଷ୍ଠ ଅବୁ କତାଲ ଏନଆଇଏର ମୋଷ୍ଟ୍ ଓ୍ବାଣ୍ଟେଡ୍ ଥିଲା । ଜମ୍ମୁ-କାଶ୍ମୀରରେ ଏକାଧିକ ହମଲାରେ ସାମିଲ୍ ଥିଲା ଆତଙ୍କବାଦୀ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପିଓକେରେ ଅବୁ କତାଲକୁ ହତ୍ୟା କରାଯାଇଛି । ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ପ୍ରାଣ ହରାଇଛି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ । ଅବୁ ପିଓକେ ବସି ଲସ୍କରକୁ ଅପରେଟ୍ କରୁଥିଲା । କାଶ୍ମୀର ଅଶାନ୍ତି ସୃଷ୍ଟି କରିବାର ମୁଖ୍ୟ କାରଣ ଥିଲା । ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା ପାଇଁ ଅବୁକୁ ଦାୟିତ୍ବ ଦେଇଥିଲା ହାଫିଜ୍ ସାଈଦ୍ । ଲସ୍କରର ଚିଫ୍ ଅପରେସନାଲ କମାଣ୍ଡର ଥିଲା ଅବୁ କତାଲ । ଗତବର୍ଷ ଜୁନ୍ ୯ ତାରିଖରେ କାଶ୍ମୀରରେ ହୋଇଥିବା ହମଲାର ମାଷ୍ଟରମାଇଣ୍ଡ୍ ଥିଲା । ଭାରତୀୟ ସେନାକୁ ଅନେକ ସମୟରେ ଚ୍ୟାଲେଞ୍ଜ ଦେଉଥିଲା ଅବୁ ।
ରଜୌରୀ ହମଲା ଏବଂ NIA ଚାର୍ଜସିଟ୍:
୨୦୨୩ ରଜୌରୀ ହମଲାରେ ଆତଙ୍କବାଦୀ ଅବୁ କତାଲର ସମ୍ପୃକ୍ତି ଥିଲା । ପିଓକେରୁ ବସି ଏହି ହମଲାକୁ ଅପରେଟ୍ କରୁଥିଲା । ଏନେଇ ପ୍ରମାଣ ମିଳିବା ପରେ NIA ଚାର୍ଜସିଟରେ ନାଁ ଆସିଥିଲା । ସେହିପରି ଜାନୁଆରୀ ୨୦୨୩ରେ ରୌଜରୀରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ହମଲା କରିଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଏକ ଆଇଇଡି ବିସ୍ଫୋରଣ ହୋଇଥିଲା, ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ହମଲାକୁ ନେଇ ଏନଆଇଏ ନିଜ ଚାର୍ଜସିଟରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୈବାର ୩ଜଣ ଲିଡରଙ୍କ ନାଁ ଉଲ୍ଲେଖ କରିଥିଲା । ଏମାନଙ୍କ ମଧ୍ୟରୁ ମୋଷ୍ଟ ଓ୍ବାଣ୍ଟେଡ୍ ଅବୁ କତାଲର ଗତକାଲି ହତ୍ୟା ହୋଇଛି ।