ହୁତି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଇରାନର ‘ନିର୍ଣ୍ଣାୟକ ପ୍ରତିକ୍ରିୟା’ ଚେତାବନୀ, ଜାଣନ୍ତୁ କ’ଣ କହିଛି ଋଷିଆ?

Published By : Prameya-News7 Bureau | March 16, 2025 IST

ନୂଆଦିଲ୍ଲୀ ୧୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ବିମାନ ଆକ୍ରମଣ ପରେ ଇରାନର ରିଭଲ୍ୟୁସନାରୀ ଗାର୍ଡ ଯେ କୌଣସି ପ୍ରକାର ଆକ୍ରମଣରେ ‘ନିର୍ଣ୍ଣାୟକ’ ପ୍ରତିକ୍ରିୟା ଦେବାକୁ ସଂକଳ୍ପ କରିଛି। ବିଦ୍ରୋହୀଙ୍କୁ ତୁରନ୍ତ ସମର୍ଥନ ବନ୍ଦ କରିବାକୁ ଟ୍ରମ୍ପ ତେହେରାନକୁ ଚେତାବନୀ ଦେଇଛନ୍ତି। 

ଆମେରିକାର ଆକ୍ରମଣ ଓ ଟ୍ରମ୍ପଙ୍କ ଚେତାବନୀ
 ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଲୋହିତ ସାଗରରେ ଜାହାଜ ଚଳାଚଳ ପାଇଁ ହୁତିମାନଙ୍କ ବିପଦର ମୁକାବିଲା ନିମନ୍ତେ ‘ନିର୍ଣ୍ଣାକ ଓ ଶକ୍ତିଶାଳୀ ସାମରିକ କାର୍ଯ୍ୟାନୁଷ୍ଠାନ’ ଆରମ୍ଭ କରିଛି। ଜନୈକ ହୁତି ସ୍ୱାସ୍ଥ୍ୟ ଅଧିକାରୀ ରିପୋର୍ଟରେ କହିଛନ୍ତି ଯେ ଏହି ଆକ୍ରମଣରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଟ୍ରମ୍ପ ତେହେରାନକୁ ସିଧାଶଳଖ ଚେତାବନୀ ଦେଇ କହିଛନ୍ତି ଯେ ହୁତି ଆତଙ୍କବାଦୀଙ୍କ ପାଇଁ ଇରାନର ସମର୍ଥନ ତୁରନ୍ତ ବନ୍ଦ ହେବା ଆବଶ୍ୟକ। ଯଦି ଆପଣ ଏହା କରୁଥାନ୍ତି ତେବେ ସାବଧାନ ରହନ୍ତୁ, କାରଣ ଏଥି ପାଇଁ ଆମେରିକା ତୁମକୁ ଉତ୍ତରଦାୟୀ କରିବ ଓ ଆମେ ହୁଏତ ଆପଣଙ୍କୁ ଏଥି ପାଇଁ ଭଲ ବ୍ୟବହାର କରି ନପାରୁ। 

ଇରାନର ପ୍ରତିକ୍ରିୟା
 ଇରାନର ରିଭଲ୍ୟୁସନାରୀ ଗାର୍ଡ ମୁଖ୍ୟ ହୋସେନୀ ସଲାମୀ ରବିବାର ଏକ ଟେଲିଭିଜନ ଭାଷଣରେ ଟ୍ରମ୍ପଙ୍କ ଚେତାବନୀକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ ଇରାନ ଯୁଦ୍ଧ କରିବ ନାହିଁ, ହେଲେ ଯଦି କିଏ ଧମକ ଦିଏ ତେବେ ନିର୍ଣ୍ଣାୟକ ଜବାବ ନିଶ୍ଚିତ ଦେବ। 

ସଂଜମତା ଅବଲମ୍ବନ କରିବାକୁ କହିଲା ଋଷିଆ
 ଏଥି ମଧ୍ୟରେ ଋଷିଆ ଉତ୍ତେଜନା ହ୍ରାସ ନିମନ୍ତେ ଆହ୍ୱାନ କରିଛି। ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗୈ ଲାଭରୋଭ ଶନିବାର ତାଙ୍କ ଆମେରିକୀୟ ସମକକ୍ଷ ମାର୍କୋ ଋବିୟୋଙ୍କ ସହିତ କଥା ହୋଇଛନ୍ତି ଓ ସବୁ ପକ୍ଷଙ୍କୁ ମାମଲାରେ କୁଟନୈତିକ ଆଲୋଚନା ନିମନ୍ତେ ସାମିଲ ହେବାକୁ ଆଗ୍ରହ କରିଛନ୍ତି। ମସ୍କୋ କହିଛି ଯେ ଲାଭରୋଭ ଆଗାମୀ ରକ୍ତପାତରୁ ବର୍ତ୍ତିବା ପାଇଁ ‘ବଳପ୍ରୟୋଗ’ ତୁରନ୍ତ ବନ୍ଦ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ତେବେ ଋଷିଆ ପ୍ରଥମେ ୟେମେନ ଉପରେ ଆମେରିକା ଓ ବ୍ରିଟେନର ଆକ୍ରମଣକୁ ନିନ୍ଦା କରିଛି ଏବଂ ହୁତୀଙ୍କ ସହିତ କୂଟନୈତିକ ସମ୍ପର୍କ ଜାରି ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.