ଉତ୍ତର ମ୍ୟାସିଡୋନିଆର ନାଇଟ୍‌ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ ୫୧ ଜଣ, ୧୦୦ରୁ ଅଧିକ ଆହତ

Published By : Prameya-News7 Bureau | March 16, 2025 IST

Image Courtesy: Livehindustan

ନୂଆଦିଲ୍ଲୀ: ଉତ୍ତର ମ୍ୟାସିଡୋନିଆର ଦକ୍ଷିଣ ସହର କୋକାନୀର ଏକ ନାଇଟ୍ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି । ଗୃହମନ୍ତ୍ରୀ ପାନ୍ସେ ତୋଶକୋଭସ୍କି ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ତୋଶକୋଭସ୍କି କହିଛନ୍ତି ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ସ୍ଥାନୀୟ ପପ୍‌ ସଂପ୍ରଦାୟର ସଂଗୀତ କାର୍ଯ୍ୟକ୍ରମ ସମୟରେ ଲାଗିଥିଲା। ସେ କହିଛନ୍ତି କ୍ଲବ୍‌କୁ ଆସିଥିବା ଯୁବକମାନେ ଆତଶବାଜୀ କରିଥିଲେ। ଯେଉଁଥିରୁ ଅଗ୍ନିକାଣ୍ଡ ହୋଇଥିଲା।

ତୋଶକେଭସ୍କି କହିଛନ୍ତି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅବଶ୍ୟ ସେ ସେହି ବ୍ୟକ୍ତିଙ୍କ ସଂପୃକ୍ତି ନେଇ ବିସ୍ତୃତ ସୂଚନା ଦେଇନାହାଁନ୍ତି। ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ଅର୍ବେନ ତରାବୀର କହିଛନ୍ତି ଯେ, ୧୧୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଡ଼ୋଶୀ ଦେଶର ସହାୟତା ପ୍ରସ୍ତାବ ମିଳିଛି। ତରାବୀର ଗଣମାଧ୍ୟମରେ କହିଛନ୍ତି, ‘ଏହି ଟ୍ରାଜେଡିରେ ସାମିଲ ଯୁବକଙ୍କୁ ଯଥାସମ୍ଭବନ ଜୀବନ ବଞ୍ଚାଇବାକୁ ଆମର ସବୁ କ୍ଷମତାର ବ୍ୟବହାର କରାଯାଇଛି।’’ ପରିବାର ସଦସ୍ୟ ହସ୍ପିଟାଲ ଏବଂ କୋକାନୀରେ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଅନୁରୋଧ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.