ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି କଳା ବାଘ, ଟ୍ରାପ୍ କ୍ୟାମେରାରୁ ହେଲା ସ୍ପଷ୍ଟ

Published By : Prameya-News7 Bureau | October 05, 2024 IST

ସୁନ୍ଦରଗଡ଼ ୫।୧୦: ସୁନ୍ଦରଗଡ଼ରେ ପୁଣି ଠାବ ହେଲା କଳା ବାଘ । ସୁନ୍ଦରଗଡ଼ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଜଙ୍ଗଲରେ ଠାବ ହେଲା । ଏ ନେଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେ ସୂଚନା ଦେଇଛନ୍ତି । ଅଲ୍ ଓଡ଼ିଶା ଲିଓପର୍ଡ ସର୍ଭେରୁ କଳା ବାଘର ସୂଚନା ମିଳିଛି । 

ଗତ ୨୦୨୩ ଡିସେମ୍ବର ମାସରେ ମଧ୍ୟ ହେମଗିରି ଫରେଷ୍ଟ ରେଞ୍ଜରେ କଳା ବାଘ ଠାବ ହୋଇଥିଲା । ତେବେ ଗର୍ଜନ ପାହାଡ଼ରେ ଥିବା ଜଙ୍ଗଲରେ ଅଧିକ କ୍ୟାମେରା ଲଗାଇ ଏହି ବାଘ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ବନ ବିଭାଗ ଯୋଜନା କରୁଥିବା ନେଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।


You Can Read:

ପାର୍ବଣରେ ଯାତ୍ରୀ ଭିଡ଼ ଏଡ଼ାଇବାକୁ ରେଳବାଇର ପ୍ରୟାସ, ବିଭିନ୍ନ ସ୍ଥାନକୁ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.