ନୟାଗଡ଼: ନୟାଗଡ଼ ଜଙ୍ଗଲରେ ଦ୍ବିତୀୟ ଥର ପାଇଁ ମାଆ ହେଲା କଳା କଲରାପତରିଆ ବାଘୁଣୀ । ଏଭଳି ସୂଚନା ଦେଇଛନ୍ତି ନୟାଗଡ଼ ବନାଞ୍ଚଳ ଅଧିକାରୀ । ତେବେ ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଧିଷ୍ଟ ଭାବେ ଜିଲ୍ଲାର କେଉଁ ଜଙ୍ଗଲରେ କଳାବାଘ ଛୁଆ ଦେଇଛି ତାହା ବନବିଭାଗ ଜଣାଇନାହିଁ ।
ନୟାଗଡ଼ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ୍ ଲାଇଫ୍ ବନାଞ୍ଚଳ ଅଧୀନରେ ୪ଗୋଟି କଳା କଲରାପତରିଆ ବାଘ ରହିଥିଲେ । ଏହି ବାଘ ଗୁଡିକ ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ ମଧ୍ୟ କିଛି ଛୁଆ ଜନ୍ମ କରିଛନ୍ତି । ଗୋଟିଏ କଳାବାଘ ଛୁଆକୁ ପାଟିରେ ନେଇ ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ ସୁଦ୍ଧା କେତୋଟି ଛୁଆ ଜନ୍ମ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ବାଘର ଚଳପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣାପଡ଼ିବ ବୋଲି ନୟାଗଡ଼ ବନାଞ୍ଚଳ ଅଧିକାରୀ କହିଛନ୍ତି ।
#WATCH | Nayagarh, Odisha: Rare melanistic leopard spotted with cub in Odisha’s Nayagarh forest.
— ANI (@ANI) January 3, 2025
(Visuals Source: DFO) pic.twitter.com/HJKEOxU2BG