ପ୍ରବାସୀ ଭାରତୀୟ ଦିବସରେ ଜଗିବେ ୪୦ ପ୍ଲାଟୁନ ପୋଲିସ, କଡ଼ା ନଜର ରଖିବେ ୧୨ ପାରା କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ

Published By : Prameya-News7 Bureau | January 05, 2025 IST

ଭୁବନେଶ୍ବର ୫।୧: ପ୍ରବାସୀ ଭାରତୀୟ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥା ନେଇ ପାଠ ପଢ଼ାଇଲେ ପୋଲିସ କମିଶନର । ଅତିଥି ମାନଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଧାନ୍ୟ । ଟ୍ରାଫିକ ପରିଚାଳନା, ପର୍ଯ୍ୟଟନସ୍ଥଳୀ ବୁଲିବା ସମୟରେ ସୁରକ୍ଷା ବ୍ୟବସ୍ଥା କରାଯିବ । ନିର୍ଦ୍ଧିଷ୍ଟ ଏଜେନ୍ସିଙ୍କ ଦାୟିତ୍ବରେ ରହିବେ ଅତିଥି । ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ । ୧୨ ପାରା କମ୍ପାନୀ କଡ଼ା ନଜର ରଖିବେ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ । ଗୁଇନ୍ଦା ଏଜେନ୍ସିଙ୍କ ନଜରରେ ଭୁବନେଶ୍ୱର । ଆଣ୍ଟି ଟେରର ସ୍କ୍ବାଡ଼ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିବେ । ସାଇବର ସରଭାଇଲାନ୍ସ ରହିବ ।

ପ୍ରବାସୀ ଭାରତୀୟ ଦିବସ ପାଇଁ ହୋଇଛି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା । ପୋଲିସ୍ ଡିଜି ଯୋଗେଶ ବାହାଦୂର ଖୁରାନିଆ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମ୍ମୁଖରେ ହୋଇଥିଲା  ମକ ଡ୍ରିଲ। ଜନତା ମଇଦାନରେ ଅଭ୍ୟାସ କରିଛନ୍ତି କମାଣ୍ଡୋ । ଦେଖନ୍ତୁ ଆତଙ୍କବାଦୀ ମାନେ ଯଦି କାହାକୁ ପଣବନ୍ଦୀ କରି ରଖନ୍ତି ତେବେ କମାଣ୍ଡୋମାନେ କିଭଳି ରେସ୍କ୍ୟୁ ଅପରେସନ କରିବେ। ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବ, କିଛି ଏଭଳି ଢଙ୍ଗରେ। ଏସବୁର ମକ୍‌ ଡ୍ରିଲ କରାଯାଇଛି । ଆଉ ଏହି ଡ୍ରିଲର ନିଜକୁ ପ୍ରସ୍ତୁତ କରାଯିବା ସହିତ ମେସେଜ ହେଉଛି ଯଦି ଆତଙ୍କବାଦୀ ସେମିତି କିଛି ଦୁଃସାହସ କରନ୍ତି ତେବେ କମାଣ୍ଡୋ ଫୁଲ୍‌ ଆଣ୍ଡ ଫାଇନାଲ ସେଇଠି କରିଦେବେ।   

ସେହିପରି  ଏସଓଜି  କମାଣ୍ଡୋ ,ଏସପିଜି, ଓଡରାଫ ଅଗ୍ନିଶମ ବାହିନୀ ଏବଂ  K9 ଡଗ  ସ୍କ୍ୱାର୍ଡ ସହିତ ବୋମା ନିଷ୍କ୍ରିୟ କାରୀ ଦଳ ମକ୍ ଡ୍ରିଲ୍ କରିଛନ୍ତି। ଯଦି କୌଣସି ବଡ ଧରଣରେ ଅଗ୍ନିକାଣ୍ଡ ହୁଏ କିମ୍ବା ଆତଙ୍କବାଦୀ ବୋମା ରଖନ୍ତି, ତେବେ କେମିତି ଏହାର ମୁକାବିଲା କରାଯିବ, ତାହାର ମକଡ୍ରିଲ ହୋଇଛି। ସେହିପରି ସୁରକ୍ଷା ଅପରେସନରେ ସାମିଲ ହେବେ K9 ଡଗ ସ୍କ୍ବାର୍ଡ। ଆଜି ସେମାନଙ୍କ ନିଜର କୌଶଳ ପ୍ରଦର୍ଶନ କରିଥିଲେ। 

You Can Read:

ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ, ୩ ମାସ ସେବାରୁ ନିବୃତ୍ତ ରହିବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.