କୋରାପୁଟ ୭/୧: ରାତି ଅଧରେ ଭାଲୁ ଭୟ । ଗାଁ ଭିତରେ ବୁଲୁଛନ୍ତି ପ୍ରାୟ ୮ଟି ଭାଲୁ । ଭୟଭୀତ ଗାଁ ଲୋକ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧି ଛକରେ ରାତିରେ ପଶିଆସୁଛନ୍ତି ଭାଲୁ । ୭ରୁ ୮ଟି ଭାଲୁ ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଜନବସତି ନିକଟରେ ଭାଲୁ ବଲୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ସଂଧ୍ୟା ହେଲେ ଘରେ ଘରେ ତାଟି କବାଟ ପଡିଯାଉଛି । ରାସ୍ତାଘାଟ ଶୁନଶାନ ହୋଇଯାଉଛି । ଅତି ଦରକାର ନହେଲେ କେହି ବାହାରକୁ ବାହାରୁନାହାନ୍ତି । । ବନବିଭାଗ ଭାଲୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ଭୟଭୀତ ନହୋଇ ସତର୍କ ରହିବାକୁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପରାମର୍ଶ ଦେଇଛି ବନବିଭାଗ । ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ ।