କଣ୍ଟାବାଞ୍ଜିରେ ବନବିଭାଗର ବଡଧରଣର ରେଡ୍,ବିପୁଳ ପରିମାଣର କାଠ ଜବତ, ଖସିଗଲେ ମାଫିଆ

Published By : Prameya-News7 Bureau | January 07, 2025 IST

ପାଟଣାଗଡ ୭/୧: କଣ୍ଟାବାଞ୍ଜିରେ ବନବିଭାଗର ବଡ ଧରଣର ରେଡ୍‌ । କୋଟିଏ ଟଙ୍କାର ଖଇର କାଠ ଜବତ । ଖସିଗଲେ କାଠ ମାଫିଆ । ମଙ୍ଗଳବାର ସକାଳୁ ସକାଳୁ ବଲାଙ୍ଗୀର DFOଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜିର ୨ଟି କାନୁଟ ଗାଁର ଗୋଟିଏ ଗାଁରେ ରେଡ୍‌ କରିଥିଲା ବନ ବିଭାଗ । ଟ୍ରାକ୍ଟରରେ ଏତେ ପରିମାଣିର ଖଇର କାଠ ଦେଖି ତାଜୁବ ହୋଇଯାଇଥିଲା ବନ ବିଭାଗ । 

ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଚଢାଉରେ ବଲାଙ୍ଗୀର ଜିଲ୍ଲା ୧୧ଟି ରେଞ୍ଜର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିବାବେଳେ ଏବେବି ଚଢାଉ ଜାରି ରହିଛି । କୌଣସି କାଠ ମାଫିଆଙ୍କୁ ଗିରଫ କରାଯାଇନଥିବା କହିଛନ୍ତି ACF ଇନଚାର୍ଜ ରେଞ୍ଜ ଅଫିସର ଅରବିନ୍ଦ ନାଏକ । 

ଅନେକ ଦିନରୁ କଣ୍ଟାବାଞ୍ଜିର ଅନେକ ସ୍ଥାର ଚୋରା କାଠ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ମଙ୍ଗଳବାର କୌଣସି ସୂତ୍ରରୁ ଖବର ଅଚାନକ ରେଡ୍‌ କରିଥିଲା ବନବିଭାଗ । ବିପୁଳ ପରିମାଣର କାଠ ମିଳିଥିଲେ ମଧ୍ୟ କାଠ ମାଫିଆଙ୍କ ପତ୍ତା ମିଳିନି । 

 

  • OdishaNews
  • Bolangir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.