ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀଙ୍କୁ ଗଳାକାଟି ହତ୍ୟା କଲା ଦୁର୍ବୃତ୍ତ,ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | February 24, 2025 IST

ସୋର ୨୪/୨: ମୋର ହେଲୁନି । ତୋତେ କାହାର ହେବାକୁ ଦେବିନି । ଏତେ ଭଲ ପାଉଥିବା ପ୍ରେମିକ ପାଲଟିଗଲା ହିଂସ୍ର । ପ୍ରେମିକାର ଗଳାକାଟି କଲା ହତ୍ୟା । ବାଲେଶ୍ବର ଜିଲ୍ଲା ସୋର ଲିଙ୍ଗପଡାରୁ ଆସିଛି ବୀଭତ୍ସ ହତ୍ୟାକାଣ୍ଡର ଖବର । ଘରେ କେହି ନଥିଲେ ଏକୁଟିଆ ଥିଲେ ଯୁବତୀ । ଏମିତି ମୁହୁର୍ତ୍ତକୁ ଅପେକ୍ଷା କରିଥିଲା ପ୍ରେମିକ । ଘରେ ପଶି ଯୁବତୀଙ୍କ ବେକ କାଟି ଦେଇଥିଲା । ଯୁବତୀ ଜଣକ ଜୀବନ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ ହେଲେ ବଞ୍ଚିପାରିନଥିଲେ । ନିର୍ମମ ଭାବରେ ଗଳାକାଟି ହତ୍ୟା କରିଥିଲା ପ୍ରେମିକ । ଅଭିଯୁକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଏତଲା ଦେଇଥିଲେ ଯୁବତୀ । ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ହତ୍ୟାକାରୀ । ଅଭିଯୁକ୍ତକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.