ବାଙ୍କୀରେ ଗୋଷ୍ଠୀ ସଂଘର୍ଷ, ଘରେ ନିଆଁ ଲଗାଇବା ସହ ଟେକାପଥର ମାଡ,୧୦ ଆହତ

Published By : Prameya-News7 Bureau | March 31, 2025 IST

ବାଙ୍କୀ ୩୧/୩:  ଗୋଷ୍ଠୀ ସଂଘର୍ଷକୁ ନେଇ ତୁମୁଳକାଣ୍ଡ । କାଜୁ ଓ ଆମ୍ବ ବଗିଚା ନିଲାମକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ । ଘରେ ନିଆଁ ଲଗାଇବା ସହ ଟେକାପଥର ମାଡ । ସଂଘର୍ଷରେ ୧୦ ଆହତ । ସ୍ଥିତି ନିୟନ୍ତ୍ରଣ କରିଛି ପୋଲିସ । 

ରବିବାର ରାତିରେ କଟକ ଜିଲ୍ଲା ବାଙ୍କୀର ତାଳବସ୍ତ ବନହରା ଗାଁରେ ଦେଖାଦେଇଥିଲା ଉତ୍ତେଜନା । କାଜୁ ଓ ଆମ୍ବ ବଗିଚା ନିଲାମକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଝଗଡା ଧିରେ ଧିରେ ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀ ଗାଁର ବିପିନ ପ୍ରଧାନଙ୍କ ୪ ବଖରା ଘରେ ନିଆଁ ଲଗାଇଦେଇଥିଲେ । ଚାହୁଁ ଚାହୁଁ ଜଳିଯାଇଥିଲା ପୁରା ଘର । ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି ।

ସଂଘର୍ଷରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।  ଖବର ପାଇ ବନହରା ଗାଁରେ ପହଞ୍ଚିଥିଲା ବାଙ୍କୀ ପୋଲିସ  । ୨ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗାଁରେ ଏବେ ସ୍ଥିତି ସ୍ବାଭାବିକ ରହିଛି । ପୁଣି କୌଣସି ଅଘଟଣ ଆଶଙ୍କାରେ ସ୍ଥିତି ଉପରେ ନଜର ରଖିଛି ପୋଲିସ ।   

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.