କଟକ: କେବଳ ବାଲିଯାତ୍ରା ନୁହେଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମଧ୍ୟ ଜାତୀୟ ମାନ୍ୟତା ମିଳୁ ଏବଂ ରଥଯାତ୍ରାକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାଲାଗି ଦାବି କରିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।
ଯେହେତୁ ସୁଦୂର ଆମେରିକା ଠାରୁ ଆରମ୍ଭ କରି ୟୁରୋପ ମହାଦେଶରେ ରଥଯାତ୍ରା ପାଳିତ ହେଉଛି, ଏବଂ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ରଥଯାତ୍ରା ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ପାଳନ କରାଯାଉଛି, ତେଣୁ ଏହି ଦିନ କେନ୍ଦ୍ର ସରକାର ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ସାଂସଦ ଦେବାଶିଷ ଦାବି କରିଛନ୍ତି।