କାଳିଆ ପ୍ରେମରେ ବିଶ୍ୱବ୍ରହ୍ମାଣ୍ଡ, ଆମେରିକାର ନ୍ୟୁ ଜର୍ସିରେ ରଥଯାତ୍ରା ପାଳିତ

Published By : Prameya-News7 Bureau | July 09, 2024 IST

ଭୁବନେଶ୍ୱର ୦୯।୦୭ : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଆସିଛନ୍ତି ଶ୍ରୀକ୍ଷେତ୍ର ସାଆନ୍ତେ । ଖାଲି ପୁରୀ ନୁହେଁ ଦେଶବିଦେଶରେ ବି ପାଳିତ ହୋଇଛି ରଥଯାତ୍ରା । ଏହିକ୍ରମରେ ଆମେରିକାର ନ୍ୟୁ ଜର୍ସି ସହରର ଓ୍ୱାନେ ମନ୍ଦିରରେ ରଥଯାତ୍ରା ପାଳିତ ହୋଇଯାଇଛି । ଜୟ ଜଗନ୍ନାଥ ଧ୍ୱନୀର କମ୍ପିଲା ପୁରା ପରିବେଶ । 


ମହାପ୍ରଭୁଙ୍କ ଏହି ଯାତ୍ରାରେ ୭୦୦ରୁ ଅଧିକ ଭକ୍ତ ସାମିଲ ହୋଇଥିଲେ । ଆଉ ବଡ଼ଠାକୁରଙ୍କ ରଥ ଟାଣିଥିଲେ । ଆମେରିକାର ନ୍ୟୁ ଜର୍ସିରେ ରହୁଥିବା ଓଡିଶା ସୋସାଇଟି ପକ୍ଷରୁ ଏହି ରଥଯାତ୍ରାରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନ୍ୟୁୟର୍କ ସ୍ଥିତ ଭାରତୀୟ ଦୂତାବାସର କନ୍‌ସ୍ୟୁଲାର ଜେନେରାଲ ବିନୟ ପ୍ରଧାନ ଯୋଗ ଦେଇଥିଲେ । ଆଉ ରଥରେ ଛେରା ପହଁରା ମଧ୍ୟ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ମହାପ୍ରଭୁଙ୍କର ଏହି ଯାତ୍ରାରେ ସାମିଲ ହୋଇ ମୁଁ ବହୁତ ଖୁସି ମନେ କରୁଛି । ପୂର୍ବରୁ କେବଳ ଓଡିଶାରେ ହେଉଥିଲେ ରଥଯାତ୍ରା । କିନ୍ତୁ ଏବେ ପୁରା ବିଶ୍ୱରେ ରଥଯାତ୍ରା ପାଳିତ ହେଉଛି । 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.