ଅନୁଗୋଳ ୨୭।୦୧ : ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁଇ ସ୍ଵାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଅନୁଗୋଳ ଜିଲ୍ଲା ପୋକତୁଙ୍ଗା ରଗଡି ସାହିରେ ଏକ ଫାର୍ମ ହାଉସରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ, ଅନୁଗୋଳ ଜିଲ୍ଲା ଗୋଡିମୁଣ୍ଡା ଗାଁର ସୁର ପ୍ରଧାନ (୩୫ ବର୍ଷ) ଏବଂ ସୁକାନ୍ତି ପ୍ରଧାନ (୩୧ ବର୍ଷ) ରଗଡି ସାହିରେ ଏକ ଫାର୍ମ ହାଉସରେ ଶ୍ରମିକ ଭାବରେ କାମ କରୁଥିଲେ। କୌଣସି କାରଣବଶତଃ ଦୁହିଁଙ୍କର ମୃତ୍ୟୁ ଘଟିଛି। ଅନୁଗୋଳ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ତେବେ ବିଦ୍ୟୁତ୍ ଆଘାତ ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
ବୁମ୍ ବୁମ୍ ବୁମରା...ଗୁଞ୍ଜରିତ ହେଲା ଷ୍ଟାଡିୟମ, କ୍ରିକେଟରଙ୍କ ପାଇଁ ଗୀତ ଗାଇଲେ କ୍ରିସ୍ ମାର୍ଟିନ୍