କଟକ ୪।୪: ରିମାଣ୍ଡ ବେଳେ ନାଇଜେରିଆ ଯୁବକ ଜେ ଜେ ରେମଣ୍ଡ ନିକଟରୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଭିନ୍ନ ଯୁବତୀଙ୍କୁ ବ୍ଲାକମେଲ୍ କରି ରେମଣ୍ଡ ହାତେଇଛି କୋଟିଏରୁ ଅଧିକ ଟଙ୍କା । ଭାରତ ସହ ପ୍ରାୟ ୬ଟି ଦେଶର ଶତାଧିକ ଯୁବତୀ ଫସିଛନ୍ତି । ରେମଣ୍ଡର ପାସପୋର୍ଟ ସତ୍ୟତା ଜାଣିବାକୁ ଦୁଇଟି ଦେଶର ସହାୟତା ଲୋଡିଲା କମିଶନରେଟ୍ ପୋଲିସ । ନାଇଜେରିଆ ଓ ଆଇଭରି କୋଷ୍ଟ ପାସପୋର୍ଟ ବିଭାଗକୁ ସହାୟତା ପାଇଁ ମେଲ୍ ପଠାଇଲା ପୋଲିସ । ରେମଣ୍ଡ ନିକଟରୁ ଉଭୟ ନାଇଜେରିଆ ଓ ଆଇଭରି କୋଷ୍ଟର ପାସପୋର୍ଟ ଜବତ କରିଥିଲା ପୋଲିସ । କଟକର ଜଣେ ଯୁବତୀଙ୍କୁ ବ୍ଲାକମେଲ୍ ଘଟଣାରେ ଦିଲ୍ଲୀ ଉତ୍ତମ ନଗର ଅଞ୍ଚଳରୁ ରେମଣ୍ଡକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ ।
ସୂଚନାଯୋଗ୍ୟ ଯେ, ପ୍ରଥମେ ଫେସବୁକ୍ରେ ବନ୍ଧୁତା କରିବା ପରେ ହ୍ବାଟ୍ସଆପ୍ ନମ୍ବର ଆଣୁଥିଲା । ପରେ ସମ୍ପର୍କ ମଜଭୁତ ହେବା ପରେ ପ୍ରାଇଭେଟ୍ ଫଟୋ ମାଗୁଥିଲା । ଏହି ପ୍ରାଇଭେଟ୍ ଫଟୋ ରଖି ବ୍ଲାକମେଲ୍ କରୁଥିଲା ଆଉ ଟଙ୍କା ମାଗୁଥିଲା । ଅଭିଯୁକ୍ତ ରେମଣ୍ଡ ଦିଲ୍ଲୀରେ ରହି ଠକିବାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଥିଲା । ଦୀର୍ଘ ବର୍ଷ ଧରି ସୋସିଆଲ ମିଡିଆରେ ମହିଳାଙ୍କୁ ଟାର୍ଗେଟ୍ କରି ଠକେଇ କରୁଥିଲା । କଟକର ଜଣେ ଯୁବତୀଙ୍କୁ ହାଇରାଣ କରୁଥିଲା ଏହି ନାଇଜେରିଆର ଯୁବକ ରେମଣ୍ଡ । ଆପତ୍ତିଜନକ ଭିଡିଓ ରଖି କରୁଥିଲା ବ୍ଲାକମେଲିଂ । ଶେଷରେ ଯୁବତୀ ଜଣଙ୍କ ଜୀବନ ହାରିବା ପରେ ଥାନାରେ ହୋଇଥିଲା ଅଭିଯୋଗ । ଏହି ଘଟଣାରେ ଜଣେ ନାଇଜେରିଆନ ସାଇବର ଠକକୁ ଦିଲ୍ଲୀରୁ ଗିରଫ କରିଥିଲା ପୋଲିସ ।
You Can Read:
ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍ ସିଲିଣ୍ଡର : ଜଣେ ଗୁରୁତର, ନବଜାତ ଯାଆଁଳା ଶିଶୁ ଓ ମା’ ସୁରକ୍ଷିତ